Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ଜିଲ୍ଲାପାଳଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ,ଲୋକଙ୍କ ସହ ଆଲୋଚନା

ଗୋପାଳପୁର,୦୬/୧୦ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜି ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ଗସ୍ତ କରି ପଞ୍ଚାୟତରେ କାର୍ଯ୍ୟ କାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି l ଜିଲ୍ଲାପାଳ ଶ୍ରୀ ପରିଡା ପ୍ରଥମେ ରଙ୍ଗେଈଲୁଣ୍ଡା,ବକ୍ସିପଲ୍ଲୀ, କରାପଲ୍ଲୀ, କମଳାପୁର ଗୋଳାବାନ୍ଧ, ହାତୀପାଦ ଓ ଗଞ୍ଜୁ ପଞ୍ଚାୟତ କାର୍ଯ୍ୟାଳୟ ଗ୍ରସ୍ତ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ସଠିକ ବିନିଯୋଗ ସହ କାର୍ଯ୍ୟ କାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକୁ ନିର୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ଗୋଷ୍ଠି ମାଧ୍ୟମରେ କାର୍ଯ୍ୟ କରିବା ପାଇଁ କହିଥିଲେ l ଆମ ଓଡିଶା ନବୀନ ଓଡିଶାର ଯୋଜନାରେ ଆସିଥିବା ବିଭିନ୍ନ ଯୋଜନା ର କାର୍ଯ୍ୟକାରୀ ସହ ସେଗୁଡିକରେ ସ୍ୱଚ୍ଛତା ରଖି କାମ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଭିନ୍ନ ଯୋଜନାରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମ୍ପର୍କରେ ଆଲୋଚନା କରିଥିବା ବେଳେ କିଛି ପଞ୍ଚଯାତରେ ବିଭିନ୍ନ ସମସ୍ୟା ନେଇ କିଛି ଲୋକ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ ଅଭିଯୋଗ କରିଥିଲେ l ଅଭିଯୋଗ ଗୁଡିକୁ ବ୍ଲକ ପ୍ରଶାସନକୁ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ lକରାପଲ୍ଲୀ ପଞ୍ଚାୟତ ଠାରେ ସରପଞ୍ଚ ଏସ ମେନେକା ରେଡ୍ଡୀ ଓ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏସ ଧର୍ମରାଜ ରେଡ୍ଡୀ ଙ୍କ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ ଉପସ୍ଥିତ ରହିଥିଲେ। ଅନ୍ୟ ପଞ୍ଚାୟତ ମାନଙ୍କ ରେ ମଧ୍ୟ ସରପଞ୍ଚ ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି ସମୟରେ ବିଡ଼ିଓ ବିଶ୍ୱଜିତ ରାଏ, ଅତିରିକ୍ତ ତହସିଲଦାର କୁଲଦୀପ କୁମାର, ସହକାରୀ ଯନ୍ତ୍ରୀ ପଞ୍ଚାନନ ପ୍ରଧାନ, ବିପିଏମ ଅଜୟ କୁମାର ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories