Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିଜ ଛୋଟ ଜେଟ୍ ଜରିଆରେ ମହିଳାଙ୍କ ପିଛା କରୁଥିବା ପଡ଼ିଲା ମହଙ୍ଗା, ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ

ନ୍ୟୁୟର୍କ: ନିଜର ଛୋଟ ଜେଟ୍ ଜରିଆରେ ମହିଳାଙ୍କ ପିଛା କରିବା ପଡ଼ିଲା ମହଙ୍ଗା। ଶେଷରେ ବନ୍ଧା ହେଲେ ଅଭିଯୁକ୍ତ। ନ୍ୟୁୟର୍କରେ ଜଣେ ମହିଳାଙ୍କୁ ପିଛା କରିଥିବା ଅଭିଯୋଗରେ ୬୫ ବର୍ଷୀୟ ଅଭିଯୁକ୍ତ ମାଇକେଲ୍ ଆର୍ଣ୍ଣୋଲ୍ଡଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଓ୍ଵିଲିୟମ ଏଚ ମୋର୍ସେ ନାମକ ମହିଳା ବିମାନ ବନ୍ଦରକୁ ଗାଡ଼ି ଚଳାଇ ଯାଉଥିବା ବେଳେ ଆର୍ଣ୍ଣାଲ୍ଡୋ ତାଙ୍କର ପିଛା କରିଥିବା ଅଭିଯୋଗ ହୋଇଥିଲା।

ପୋଲିସ ଅନୁଯାୟୀ ମାଇକେଲ୍ ସିଙ୍ଗଲ ଇଞ୍ଜିନ ସେସନା ୧୮୦ ବିମାନ ବନ୍ଦରରେ ଥିଲେ ଏବଂ ସେଠାରୁ ଉଡ଼ାଣ ଭରି ମହିଳାଙ୍କ ପିଛା କରିଥିଲେ। ନ୍ୟୁହାମ୍ପସାୟରର ନିବାସୀ ଆର୍ଣ୍ଣୋଲ୍ଡଙ୍କୁ ମେ ମାସରେ ନ୍ୟୁୟର୍କର ସାରାଟୋଗାର ଏକ ଅଦାଲତ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ବେନିଙ୍ଗଟନ ପୋଲିସର ପ୍ରମୁଖ ପଲ୍ ଡୋକେଟ୍ କହିଛନ୍ତି ଯେ, କୋର୍ଟ ଉକ୍ତ ଆଦେଶର ଏକ ସର୍ତ୍ତ ରହିଥିଲା ଯେ, ଆଦେଶ ସେ ପର୍ଯ୍ୟନ୍ତ ଲାଗୁ ରହିବ ଯେ ପର୍ଯ୍ୟନ୍ତ ଆର୍ଣ୍ଣୋଲ୍ଡ ନିଜର ଜେଟ୍ ନ ଚଳାଇଛନ୍ତି। କିନ୍ତୁ ସେ ସର୍ତ୍ତର ଉଲ୍ଲଂଘନ କରିଛନ୍ତି। ତେଣୁ ତାଙ୍କୁ ମହିଳାଙ୍କ ପିଛା କରିବା ଏବଂ ଅଦାଲତଙ୍କ ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ଗିରଫ କରାଯାଇଛି।

ପୋଲିସ ଅଧିକାରୀ ଡୋକେଟ୍ କହିଛନ୍ତି, ଅଲବାନୀରେ ଏଫଆଇ ଦ୍ଵାରା ପୋଲିସକୁ ସୂଚିତ କରାଯାଇଥିଲା ଯେ, ନ୍ୟୁୟର୍କର ଅଧିକାରୀ ଅନେକ ବର୍ଷରୁ ଆର୍ଣ୍ଣୋଲଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଏଥିରୁ ଜଣା ପଡ଼ିଥିଲା ଆର୍ଣ୍ଣୋଲ ନିଜର ଛୋଟ ଜେଟ୍ ଜରିଆରେ ମହିଳାଙ୍କ ପିଛା କରୁଛନ୍ତି।