Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ବନଖଣ୍ଡ ପକ୍ଷରୁ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ପାରଳାଖେମୁଣ୍ଡି:୭/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କିତ ଏକ ସଭାର ଆୟୋଜନ ହୋଇଯାଇଛି I ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଆୟୋଜିତ ସଭାରେ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ସଭାପତିତ୍ୱ କରିଥିଲେ I ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଓ ଏସପି ସୁଶ୍ରୀ ସ୍ଵାତି ଏସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗଜପତି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ ସମ୍ମାନୀୟ ଅତିଥି ରୂପେ ମଂଚାସୀନ ରହି ବନ୍ୟପ୍ରାଣୀ ସପ୍ତାହ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ I ଏଥିରେ ଗଜପତି ଏସପି ମହୋଦୟା ଜୀବଜଗତରେ ମନୁଷ୍ୟ ଦ୍ୱାରା ଜୀବଜନ୍ତୁଙ୍କୁ କିପରି ସଂରକ୍ଷଣ କରାଯିବ ଏବଂ ବନ୍ୟପ୍ରାଣୀ କିପରି ସୁରକ୍ଷିତ ରହିପାରିବେ ସେହି ବିଷୟରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବୁଝାଇ ଥିଲେ I ବନ୍ୟପ୍ରାଣୀ ସୁରକ୍ଷା ର ଗୁରୁତ୍ୱ ଓ ପରିବେଶ ସନ୍ତୁଳନ ଦିଗରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ବୁଝାଇଥିଲେ I ସେହିଭଳି ହାତୀ ସୁରକ୍ଷା ଏବଂ ଗ୍ରାମବାସୀଙ୍କୁ ନେଇ କିପରି ସୁପରିଚାଳନା କରାଯିବ ସେ ବିଷୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ କହିଥିଲେ Iମୁଖ୍ୟ ବକ୍ତା ଭାବେ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ, ପରିବେଶ ଏବଂ ଜୀବଜନ୍ତୁର ସୁରକ୍ଷା ଦିଗରେ ଆମର ଭୂମିକା ଓ ଦାୟିତ୍ୱ କିଭଳି ରହିବ ଏବଂ ଜଙ୍ଗଲ ସଂରକ୍ଷଣ ସହ ଜଙ୍ଗଲ ର ଉନ୍ନତିକରଣ କିପରି ହୋଇ ପାରିବ ସେ ଦିଗରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ତତ୍ ସଙ୍ଗେ ସଙ୍ଗେ ୬୯ ତମ ବନ୍ୟପ୍ରାଣୀ ଦିବସର ମୁଖ୍ୟ ବିଷୟ ବସ୍ତୁ “ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସହଭାଗିତା ” ବିଷୟରେ ବିଶଦ ଭାବେ ବୁଝାଇଥିଲେ I ଏହି କାର୍ଯ୍ୟକ୍ରମ ରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ,ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ବୃନ୍ଦ ଯୋଗଦାନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ କାଶୀନଗର ବନାଞ୍ଚଳ ଅନ୍ତର୍ଗତ ବୁଦୁରା ପଂଚାୟତର ଶ୍ରୀ ସଞ୍ଜୟ କୁମାର ମିଶ୍ର ଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ବିଜୁ ପଟନାୟକ ବନ୍ୟପ୍ରାଣୀ ପୁରସ୍କାର ପ୍ରଦାନ କରାଯାଇଥିଲା I ଏହି ସଭା କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ସମସ୍ତ ଅତିଥି ଏବଂ ଉପସ୍ଥିତ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ Iଏହି ସଭା କାର୍ଯ୍ୟକୁ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟର ବନରକ୍ଷୀ ଶ୍ରୀ ସନ୍ତୋଷ କୁମାର ପରିଛା ପରିଚାଳନା କରିଥିଲେ I ଦେବଗିରି ବନାଞ୍ଚଳର ବନପାଳ ଶ୍ରୀ ପି ଭେଙ୍କଟରମଣ, ଦିବାକର ଲେଙ୍କା, ଗଣେଶ ପ୍ରଧାନ , ବନରକ୍ଷୀ ଶ୍ରୀ ପ୍ରସାଦ ନାୟକ, ନିତିନି ପଣ୍ଡା , ମାଧୁରୀ ବେହେରା , ପୁଷ୍ପଲତା ପଣ୍ଡା ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ