Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାହାସପୁର ରୋହିଦାଶପଡାରେ କରମସାନି ପୂଜା

ସମ୍ବଲପୁର:ମାନେଶ୍ଵର ବ୍ଲକ ଅନ୍ତର୍ଗତ ସାହାସପୁର ରୋହିଦାସ ପଡା ଠାରେ କର୍ମଶାନୀ ପୂଜା ଅନୁଷ୍ଠିତ ହୋଇଯାଇଛି l ପଡାର ମହିଲା ମାନଙ୍କ ଦ୍ୱାରା କଳସ ସ୍ଥାପନ କରାଯାଇ ପୁଅଜିଉଁତିଆ ପୂଜା ଅନୁଷ୍ଠିତ ହେବା ସହ ରୀତିନୀତି ଭାବେ କରମା ପୂଜା ଅନୁଷ୍ଠିତ ହୋଇଥିଲା l ପରେ ଯୋଗ ଦେଇଥିବା ଦଳ ଗୁଡିକ ଦ୍ୱାରା ରାତିସାରା କରମା ନୃତ୍ୟ ପରିବେଷଣ ହୋଇଥିଲା l ଏଥିରେ ସଙ୍ଖଲା,ଭତରା, ଟୁକୁରା, ଜୟଘଣ୍ଟ, ଅର୍ଡl ଆଦି ଦଳ ଯୋଗଦେଇଥିଲେ l ସ୍ଥାନୀୟ ସରପଞ୍ଚ ଦିବାକର ବିଶ୍ୱାଳ ଓ ଗିରି ଗୋବର୍ଦ୍ଧନ ପୂଜା କମିଟି ସମ୍ପାଦକ ସନ୍ତୋଷ ବାଘ ଅତିଥିଭାବେ ଯୋଗ ଦେଇଥିବା ବେଳେ ଅଶୋକ ରୋହିଦାସ, ଅଶ୍ବିନୀ ରୋହିଦାସ, ରାମ ରୋହିଦାସ, ବିଶ୍ୱନାଥ ରୋହିଦାସ, ଦୀପକ ଭୋଇ ମନୋଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l