ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ରେ ପୁଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟଚାଲାଣ କରିଛି


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଂଚଳର ଜଣେ ନାବାଳିକା ଙ୍କୁ ଅପହରଣ କରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ନାବାଳିକା ଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ କୁ ଗିରଫ କରିଛି । ମହଦା ପଞ୍ଚାୟତ ଅନ୍ତର୍ଗତ କୁମରକେଲି ଗ୍ରାମର   ଅଭିଯୁକ୍ତ ଜିତେନ୍ଦ୍ର ନାଏକ କୁ ବୀରମହାରାପୁର ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜିତେନ୍ଦ୍ର ନାଏକ ର ଜାମିନ ନାମଞ୍ଜୁର ହେବାରୁ ୧୪ ଦିନପାଇଁ  ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇ ଥିବା ଜଣାଯାଇଛି ।  ମିଳିଥିବା ସୂଚନା ଅନୁଯାୟୀ ମହାଦା ଗ୍ରାମ ପଞ୍ଚାୟତ ଅଞ୍ଚଳ ର ଜଣେ ନାବାଳିକା ନିଖୋଜ ଥିବା ଝିଅର ପିତା ଗତ ୩ ତାରିଖରେ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଗ୍ରହଣ କରି ଆଇ ଆଇ ସି ରାଜେଶ୍ୱରି ଭୋଇ ତଦନ୍ତ ଆରମ୍ଭ  କରିଥିଲେ ।  ଶେଷରେ ଅଭିଯୁକ୍ତ ଜିତେନ୍ଦ୍ର ନାଏକ , ଝିଅକୁ ନେଇ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନାର ମୋହନଗିରି ଠାରେ ନିଜ ସମ୍ପର୍କୀୟ ଙ୍କ ଘରେ ଲୁଚାଇରଖିବା ପୋଲିସ ଜାଣିବାକୁ ପାଇଥିଲା ।  ଆଇ ଆଇ ସି ରଜେଶ୍ଵରି ଭୋଇ  ଏକ ପୋଲିସ ଟିମ  ସହ ଝିଅ ର ପିତା କୁ ନେଇ ମୋହନଗିରି ରେ ପହଞ୍ଚି ନାବାଳିକା କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଜିତେନ୍ଦ୍ର କୁ ଗିରଫ କରିଥିଲା । ଜିତେନ୍ଦ୍ର ଝିଅକୁ ବିବାହ କରିଥିବା କହି ସମ୍ପର୍କୀୟ ଘରେ ରଖିଥିଲା । ଶୁକ୍ରବାର ସକାଳେ ପହଞ୍ଚି ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ    ପରୀକ୍ଷା  କରାଯାଇଥିଲା । ନାବାଳିକା ଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ବୀରମହାରାଜପୁର ଥାନାରେ ଅଭିଯୁକ୍ତ ଜିତେନ୍ଦ୍ର ନାଏକ ଙ୍କ ନାମରେ   କେସ ନଂ  ୧୬୮/୨୩ ରେ ନାବାଳିକା ଅପହରଣ, ଦୁଷ୍କର୍ମ ଓ ପୋସ୍କୋ  ବିଭିନ୍ନ ଧାରାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି l