Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନସମ୍ପର୍କ ପଦଯାତ୍ରା ପରିପେକ୍ଷିରେ ସାଧାରଣ ବୈଠକ

ସମ୍ବଲପୁର:ବିଜେଡି ଜନସମ୍ପର୍କ ପଦଯାତ୍ରା ଉପଲକ୍ଷେ ବିଜେଡ଼ି ସମ୍ବଲପୁର ପୂର୍ବତନ ମହାନଗର ସଭାପତି ଶ୍ରୀ ପ୍ରଫୁଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ମହାନଗର ୱାର୍ଡ ନମ୍ବର-୩୦ ସାକ୍ଷୀପଡା ସ୍ଥିତ ଅଙ୍ଗନବାଡି କେନ୍ଦ୍ର-୧ ଠାରେ ବିଭିନ୍ନ ଏସ.ଏଚ.ଜି. ମା ଏବଂ ସାଧାରଣ ମହିଳା ମାନଙ୍କୁ ନେଇ ଏକ ଜନସମ୍ପର୍କ ବୈଠକ ହୋଇଯାଇଛି ! ବିଭିନ୍ନ ସୁବିଧା ଅସୁବିଧା ଓ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା !ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଠିକ ପରିଚାଳନା ଉପରେ ମଧ୍ୟ ସଚେତନତା କରାଗଲା ! ଏହି ବୈଠକରେ ସମ୍ବଲପୁର ବିଜୁ ଜନତାଦଲର ବରିଷ୍ଠ ନେତା ତଥା ପୂର୍ବତନ ସଂଖ୍ୟାଲଘୁ ସେଲ ସଭାପତି ଜଫର ଅଲ୍ଲୀ ଖାନ,ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଦାଶ, ଯୁବନେତା ଦୁଲାଲ ଚନ୍ଦ୍ର ରାୟ, ଯୁବନେତା ସହଦେବ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ !!

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ