Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଲମ ପରିବାର ଯାଜ୍ଞସେନୀ ଶାଖା ପକ୍ଷରୁ ନାରୀ କବି କବିତା ପାଠୋତ୍ସବ

ସମ୍ବଲପୁର: ସାହିତ୍ୟ ଅନୁଷ୍ଠାନ କଲମ ପରିବାର ଯାଜ୍ଞସେନୀ ଶାଖା ପକ୍ଷରୁ ସାମ୍ୱାଦିକ ଭବନରେ ମହିଳା କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାରୁ ଆସିଥିବା ବହୁ କବୟିତ୍ରୀ ଓ କବି ଅଂଶଗ୍ରହଣ କରିଥିଲେ। ଯାଜ୍ଞସେନୀ ଶାଖା ପକ୍ଷରୁ ପରବର୍ତ୍ତୀ ସମୟରେ ମହିଳାମାନଙ୍କୁ ନେଇ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଅନୁଷ୍ଠାନର ଆବାହକ ତଫିଜୁଲ ହୋସେନ ଏହି ଅବସରରେ ସୂଚନା ଦେଇଥିଲେ।
ଅନୁଷ୍ଠାନର ସଭାପତି ଜୟକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳସଚିବ ଯୁଗଳେଶ୍ବରୀ ଦାଶ ମୁଖ୍ୟଅତିଥି, ବରିଷ୍ଠ ସାହିତ୍ୟିକ ଗୌରୀ ଦାସ ପ୍ରଧାନ ମୁଖ୍ୟବକ୍ତା, ବରଗଡ଼ରୁ ଆସିଥିବା ବିଶିଷ୍ଟ କବୟିତ୍ରୀ ସଂଗୀତା ପଣ୍ଡା ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କବିତା ରାଣୀ ସିଂଦେଓ, ସରସ୍ଵତୀ ସାଲିମା, ମୋହିନୀ ହୋତା, ସବିତା ଷଡ଼ଙ୍ଗୀ, ମିନାକ୍ଷୀ ଷଣ୍ଢ, ଡ. ସ୍ବର୍ଣ୍ଣମଞ୍ଜରୀ ଜେନା ଖୁଣ୍ଟିଆ, ବିଚିତ୍ରା ବାଗ, ସୁନୟନା ବେହେରା, ସାକ୍ଷୀ ଅଗ୍ରୱାଲ, ସଂଗୀତା ନାୟକ, ସବିତା ହୋତା, ସୁନୀତି ମିଶ୍ର, ସୁଷମା ପ୍ରଧାନ, ସୁଚରିତା ଷଡ଼ଙ୍ଗୀ, ସବିତା ମିଶ୍ର, ସିବାନୀ ପାଢ଼ୀ, ଆଲୋକ କୁମାର ଦାସ, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ରମେଶ ଚନ୍ଦ୍ର ମିଶ୍ର, କାହ୍ନୁ କେଶବ ବହିଦାର, ବିଭୁତି ମିଶ୍ର, ସୂର୍ଯ୍ୟ ପାଣିଗ୍ରାହୀ, ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ, ଲଲିତ ମୋହନ ବେବର୍ତ୍ତା, ବବଲୁ ବାଗ ପ୍ରମୁଖ କବିତା ପାଠ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସଂଯୋଜକ କ୍ଷେତ୍ରମଣି ବିଭାର ଅତିଥି ପରିଚୟ ଓ ସଭାକୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। କବିତା ପାଠ କାର୍ଯ୍ୟକ୍ରମକୁ ପଙ୍କଜିନୀ ନାୟକ ଓ ଅନନ୍ୟା ବେହେରା ସଂଯୋଜନା କରିଥିଲେ।