Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ଗୁଣ ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି-୨୦୨୩ କାର୍ଯ୍ୟକ୍ରମ

ସମ୍ବଲପୁର :ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ଆରମ୍ଭ ହୋଇଥିବା “ସୁରଭି-୨୦୨୩” ଆଜି କାଇଶିର ସ୍ଥିତ ନିର୍ଗୁଣ ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇ ଯାଇଛି ! ଏହି କାର୍ଯ୍ୟକ୍ରମ ରେ କାଇଶିର ହାଇସ୍କୁଲର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପ୍ରଧାନ ପାରମ୍ପରିକ ରୀତି ଅନୁଯାୟୀ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ କୁ ଶୁଭରମ୍ବ କରିଥିଲେ !ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୃବାହନ ଭୋଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ ପ୍ରୟାସ କୋମଲମତି ଶିଶୁଙ୍କ ପାଇଁ ଯାହାକି ଛାତ୍ର ଛାତ୍ରୀ ଙ୍କ ଅନୁଖା ପ୍ରୟାସ ସୁଗନ୍ଧର ପ୍ରୟାସ,ଲୁକାୟତି ପ୍ରତିଭାର ବିକାଶ ଏହା ଶଶୁକୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସୁଯୋଗ ନେଇଯିବ ତଥା ଶିଶୁ ଦିନେ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟନ୍ତ ନାମ ହେବ ବୋଲି କାର୍ଯ୍ୟକ୍ରମ ବିଷୟରେ ବୁଝାଇ ଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା,ଶିକ୍ଷକ ରଜତ ସାହାଣୀ, ଅଶୋକ ମିଶ୍ର, ରାଜେନ୍ଦ୍ର ଓରାମ, ମଧୁ ଓରାମ, ଦୁଲାଲ ଚନ୍ଦ୍ର ରାୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ !ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସୁଜାତା କର, ପ୍ରିୟ ଦର୍ଶିନୀ ତ୍ରିପାଠୀ, ବିଷ୍ଣୁପ୍ରିୟ ରଥ, ନିରୂପମା ଦେହୁରୀ, ସୁଜାତା ବେହେରା, ଆରତୀ କିଣ୍ଡୋ, ସୁଲୋଚନା ମିଶ୍ର, କାମିନୀ ମୁଣ୍ଡା,ସୀତାରାଣୀ ବେହେରା, ଦୀପ୍ତିମୟୀ ଆଚାର୍ଯ୍ୟ, ପ୍ରମୁଖ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ