Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୩ ଖୋଲିବାକୁ ଅବିଭାବକ ସଂଘର ଦାବି:ଜିଲ୍ଲାପାଳଙ୍କ ମାଧ୍ୟମରେ ଶିକ୍ଷାମନ୍ତ୍ରୀଙ୍କୁ ସ୍ମାରକପତ୍ର

ସମ୍ବଲପୁର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଲା ମାନଙ୍କର ଶିକ୍ଷାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ.୧ ଏବଂ ନଂ. ୨ ସମ୍ବଲପୁରରେ ଉତ୍କର୍ଷତା ଅନୁସରଣ ପୂର୍ବକ କାର୍ଯ୍ୟ କରିଆସୁଅଛି I ୧୯୬୫ ମସିହାରେ ଓଡିଶାରେ ପ୍ରତିଷ୍ଠିତ ପ୍ରଥମ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୧ ରହିଥିବାବେଳେ ଶିକ୍ଷାର ଆବଶକ୍ୟତା କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପର୍ଣ କାର୍ଯ୍ୟ ଯୋଗୁଁ ଶିକ୍ଷାନଗରୀ ବୁର୍ଲା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୨ ସ୍ଥାପନ ହୋଇପାରିଛି I ତେବେ ଓଡ଼ିଶାର ଦ୍ୱିତୀୟ ରାଜଧାନୀ ବୋଲାଉଥିବା ସମ୍ବଲପୁର ସହରରେ ପ୍ରତିରକ୍ଷା ଏବଂ ପାରା-ସାମରିକ କର୍ମଚାରୀଙ୍କ ସମେତ କେନ୍ଦ୍ରୀୟ ଅନୁଷ୍ଠାନ ଗୁଡିକରେ ସ୍ଥାନାନ୍ତରିତ କାର୍ଯ୍ୟରତ କର୍ମଚାରୀ ଏବଂ ଜ଼ିଲ୍ଲାର ପିଲାମାନଙ୍କର ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବା ପାଇଁ ସମ୍ବଲପୁରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧, ଅବିଭାବକ ସଂଘ ଦାବି କରିଛି I ଏ ସମ୍ପର୍କରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦେଶ୍ୟରେ ଜ଼ିଲ୍ଲାପାଳ ଶ୍ରୀମତୀ ଅନ୍ୟନ୍ୟା ଦାସ ଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା I କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ଅଧୀନରେ ସମୁଦାୟ ୬୧ ଟି ବିଦ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ଖୋର୍ଦ୍ଧା ଜ଼ିଲ୍ଲା ରାଜଧାନୀ ଭୁବନେଶ୍ୱର ସମେତ ଏକାଧିକ ଜ଼ିଲ୍ଲାରେ ୨ ରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି I ଏଣୁ ଜ଼ିଲ୍ଲାରେ ବସବାସ କରୁଥିବା ପିଲାମାନଙ୍କର ଶିକ୍ଷାର ଆବଶ୍ୟକତାକୁ ଏବଂ ସରକାରଙ୍କ ଶିକ୍ଷାର ବ୍ୟାପକତାକୁ ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷ ୨୦୨୪- ୨୫ ଠାରୁ ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୩ ଖୋଲିବାକୁ ଭାରତ ସରକାର ବିହିତ ପଦକ୍ଷେପ ନେବାକୁ ଅବିଭାବକ ସଂଘ ଅନୁରୋଧ କରିଛି I ଏହା ସହିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୧ ର ବିଭିନ୍ନ ସମସ୍ୟା ତାର ସମାଧାନ ପାଇଁ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଜ଼ିଲ୍ଲାପାଳ ଙ୍କ ଜରିଆରେ ଦିଆଯାଇଥିଲା I ଅବିଭାବକ ସଂଘ ସଭାପତି ସରୋଜ ଦେଓ ଙ୍କ ନେତୃତ୍ୱରେ ସରୋଜ ସାହୁ, ଦୁଲାଲ ଚନ୍ଦ୍ର ରାୟ, ଭାରତୀ ସାହୁ, ବିରାଜ ମିଶ୍ର, ଶ୍ରୀମନ୍ତ ପଣ୍ଡା, ପ୍ରକାଶ ପ୍ରଧାନ, ରାମଦାସ ପଣ୍ଡା, ସୁବ୍ରତ ପତି, ସୁଶାନ୍ତ ମହାପାତ୍ର, ସୁମନ୍ତ ପଣ୍ଡା, କାନନ ନାଗ ପ୍ରମୁଖ ସ୍ମାରକ ପତ୍ର ପ୍ରଦାନ ପୁର୍ବକ ଜ଼ିଲ୍ଲାପାଳ ଶ୍ରୀମତୀ ଦାସ ଙ୍କ ସହିତ ଆଲୋଚନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ