Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନନ ଫରମାଲ ଶିକ୍ଷକଙ୍କ ପୁନଃନିଯୁକ୍ତି ଦାବି

ସମ୍ବଲପୁର:ଆଜି ଦିନ ୨ଟାରେ ଜୁଜୁମୁରା ବ୍ଳକ ଅନ୍ତର୍ଗତ ମା’ ଗୁଳ୍ମମେଶ୍ଵରୀ ମନ୍ଦିର ଠାରେ ଛଟେଇ ନନ୍ ଫୁରମାଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଅଶୋକ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଏକ ବୈଠର ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ସମୂଲପୁର ଜିଲ୍ଲା, ର ଜମନ କିରା ଜୁଜୁମୁରା ନାକଟିଦେଉଲ ଧନକଉଡ଼ା ବ୍ଳକର ଛଟେଇ ହେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ୨୦୦୧ ମସିହା ରେ ସମୁହ ଛଟେଇ ହେଲାପରେ ଇଜିଏସ୍‌ ରେ ୨୦୦୮ କିଛି ଲୋକ ନିଯୁକ୍ତି ପାଇଥିଲେ ତାପରେ ବାକି ଲୋକ ସେହି ଦିନ ଠାରୁ ସରକାରଙ୍କ ପାଖରେ ପୁନଃ ନିଯୁକ୍ତି ଦେବାପାଇଁ ସରକାରଙ୍କ ପାଖରେ ଛଟେଇ ଶିକ୍ଷକ ଶିକ୍ଷୟତ୍ରୀ ମାନ ଦାବି କରି ଆସୁଛନ୍ତି ଆଜକୁ ୨୨ ବର୍ଷ ହେବ ବେକାର ହୋଇ ବସି ରହି ଥିବା ବେଳେ କିଛିଦିନ ହେବ ପୁଣି ରାଜ୍ୟ କମିଟି ଓ ଜିଲ୍ଲା କମିଟି ଗଠନ କରି ସରକାର ଙ୍କ ପାଖରେ ପୁନଃ ନିଯୁକ୍ତି ଦାବି କରି ଆସୁଛନ୍ତି ସମ୍ବଲପୁର. ଜିଲ୍ଲା ର ପ୍ରତିନିଧି ଅଶୋକ ଷଡ଼ଙ୍ଗୀଙ୍କୁ ରାଜ୍ୟ କମିଟି ଦାୟିତ୍ଵ ଦେବା ପରେ ଆଜି ଏହି ଜିଲ୍ଲାରେ ଥିବା ବ୍ଳକ ପ୍ରତିନିଧି ଚୟନ କରଗଲା ଜମନକିରା ବ୍ଳକ ପ୍ରତିନିଧି ବିଜୟ ଉଇଁ ସା ଧନକଉଡ଼ା ବ୍ଳକ ପ୍ରତିନିଧି ଜୋତିର୍ମୟୀ ମିଶ୍ର ନାକଟିଦେଉଳ ବ୍ଳକ ପ୍ରତିନିଧି ବିଦ୍ୟାଧର ଶତପଥୀ ରେଢାଖୋଳ ବ୍ଲକ ପ୍ରତିନିଧି ଦଶରଥ ବିଶି ଜୁଜୁମୁରା ବ୍ଳକ ପ୍ରତିନିଧି ଭାନୁମତି ସାହୁ ଭାବରେ ଦାୟିତ୍ ଦିଆଗଲା ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ପାଖରେ ପୁନଃ ନିଯୁକ୍ତି ସକାଶେ ଦାବି ରଖାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ