Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପେରା ଦେଖି ଦୁଇ ସାଙ୍ଗ ବାଇକରେ ଫେରୁଥିବା ବେଳେ ଦୁର୍ଘଟଣାରେ ଉଭୟ ଙ୍କ ଚାଲିଗଲା ଜୀବନ

ବୀରମହାରାଜପୁର : ଅପେରା ତୁଳସୀ ଗଣ ନାଟ୍ୟ ଦେଖିବାକୁ ଯାଇଥିଲେ ଦୁଇ ସାଙ୍ଗ କାହ୍ନା ଓ ସୁଶାନ୍ତ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କୁ I ଆଜି ଭୋର ସକାଳୁ ଉଭୟେ ବାଇକ ରେ ଫେରୁଥିବା ବେଳେ ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତାର ମେଟାକାନି ମନ୍ଦିର ନିକଟସ୍ଥ ବୁଲାଣୀ ରାସ୍ତାରେ ଭାରସାମ୍ଯ ହରାଇ ଉଭୟେ ଛିଟିକି ପଡିଥିଲେ I ଗୁରୁତର ଅବସ୍ଥାରେ ଉଭୟ ଙ୍କୁ ଉଲୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ସ୍ଥାନିୟ ଲୋକେ I ସେଠାରେ ଡ଼ାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ I ସେମାନେ ହେଲେ ଉଲୁଣ୍ଡା ନିକଟସ୍ଥ ଢେଳେଇ ଗ୍ରାମର କାହ୍ନା ମିଶ୍ର ଓ ଅଇଁଲାଛାଟ ର ସୁଶାନ୍ତ ସାହୁ ବୋଲି ଜଣାପଡିଛି I ଘଟଣା ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଉଲୁଣ୍ଡା ପୋଲିସ ଉଭୟ ଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ କରୁଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ