Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ପରିସରରେ ସୋମବାର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆସିଥିବା ସଚେତନତା ରଥକୁ ଭବ୍ୟ ସ୍ଵାଗତ କରାଯିବା ସହ ଏଲଇଡି ଟିଭି ମାଧ୍ୟମରେ ସାଇବର ଠକେଇ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଆଶୁତୋଷ ହୋତାଙ୍କ ସଭାପତିତ୍ବ କରିଥିଲେ । ଉପଖଣ୍ଡୀୟ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଠକାମୀରୁ ବର୍ତ୍ତିବା ପାଇଁ ସମସ୍ତେ ସଚେତନ ରହିବା ସମ୍ପର୍କରେ ଆଲୋଚନା କରିଥିଲେ । ଥାନା ଅଧିକାରୀ ରାଜେଶ୍ଵରୀ ଭୋଇ ଓ ଅଧ୍ୟାପିକା ସନ୍ଧ୍ୟାରାଣୀ ରାଉତ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପୁଲିସ ହାବିଲଦାର ମନୋଜ ପଣ୍ଡା ସଭାର ସଂଯୋଜନା କରିଥିଲେ । ଅଧ୍ୟାପିକା ସନ୍ତୋଷିନି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ମହିଳା ମହାବିଦ୍ୟାଳୟର ସୁମନ ମିଶ୍ର , ସୁଭଦ୍ରା ବାଦି ଓ ସୁରଭି ସା ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସେହିଭଳି ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ସଭାପତିତ୍ବ କରିଥିଲେ । ଉପଖଣ୍ଡୀୟ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ ଏଥିରେ ମୁଖ୍ୟ ଅତିଥି , ଥାନା ଅଧିକାରୀ ରାଜେଶ୍ଵରୀ ଭୋଇ , ବୀରମହାରାଜପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ପ୍ରଫୁଲ୍ଲ ପଧାନ ଓ ଆଇଟି ଶିକ୍ଷକ ପଞ୍ଚାନନ ମେହେର ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଏଠାରେ ଅନୁଷ୍ଠିତ କୁଇଜ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଆଦିତ୍ୟ ଗୁଦୁରିଆ , ଧନଞ୍ଜୟ ମେହେର ଓ ତୁଷାର ନାଏକ ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସନ୍ଧ୍ୟାରେ ସ୍ଥାନୀୟ ମୁଖ୍ୟ ଛକଠାରେ ଏଲଇଡି ଟିଭି ମାଧ୍ୟମରେ ଲୋକଙ୍କୁ ସାଇବର ଠକେଇ ଉପରେ ସଚେତନ କରାଯାଇଥିଲା ।