ଏସ୍ ଆଇ ଏସ ଭ୍ଯାନ ଧକ୍କାରେ ବାଇକ୍ ଆରୋହି ଗୁରୁତର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଢୋଲ କଲେଜ ନିକଟରେ ଆଜି ଏକ ଏସଆଇଏସ ଭ୍ଯାନ ଧକ୍କାରେ ଜଣେ ବାଇକ ଚାଳକ ଆହତ ହୋଇଛନ୍ତି । ବାଇକ ଚାଳକ ଜଣକ ସିଣ୍ଢୋଲ ପ୍ରାଣୀ ଚିକିତ୍ସାଳୟର ଚିକିତ୍ସକ ନାରାୟଣ ମେହେର ବୋଲି ଜଣାପଡିଛି । ମିଳିଥିବା ସୂଚନା ମତେ ମଙ୍ଗଳବାର ମଧ୍ୟାହ୍ନ ବାର ଘଣ୍ଟା ସମୟରେ ସିଣ୍ଢୋଲ କଲେଜ ସମ୍ମୁଖରେ ଏକ ଏସଆଇଏସ ଭ୍ଯାନର ପଛପଟ ଚକ ରେ କୌଣସି ସମସ୍ଯା ଥିବାରୁ ଉକ୍ତ ସ୍ଥାନରେ ଅଟକି ରହିଥିଲା । ଠିକ ସେହି ସମୟରେ ସମ୍ବଲପୁର ପଟରୁ ଆଉ ଏକ ଏସଆଇଏସ ଭ୍ଯାନ (ଓଡି ୦୨ ଏଚ ୬୦୭୬)ନୂଆଁ ଚକ ନେଇ ଆସୁଥିବା ବେଳେ କଲେଜ ସମ୍ମୁଖରେ ରେ ପ୍ରାଣୀ ଚିକିତ୍ସକ ନାରାୟଣ ମେହେର ନିଜ କାର୍ଯ୍ଯ ପାଇଁ ଜଉଁରାଭଉଁରା ଏବଂ ଗଞ୍ଜାଛାପରକୁ ଯାଉଥିବା ବେଳେ ତାଙ୍କ ବାଇକ ପଛପଟକୁ ଏସଆଇଏସ ଭ୍ଯାନ ଟି ଧକ୍କା ଦେଇଥିବା ଜଣାପଡିଛି । ଫଳରେ ନାରାୟଣ ବାଇକରୁ ଛିଟିକି ପଡି ଗୁରୁତର ହୋଇଥିଲେ । ସ୍ଥାନିୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ଯ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ପରେ ଉଲୁଣ୍ଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଏସଆଇଏସ ଭ୍ଯାନ ଟିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରିଥିବା ଜଣାପଡିଛି I