Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦିବ୍ଯସିଂହ ପାଣିଗ୍ରାହୀଙ୍କ ଦୁଷ୍ପ୍ରାପ୍ୟ ଗଳ୍ପ ସଂକଳନ ‘ଅମୃତ କଙ୍କଣ ଉନ୍ମୋଚିତ

ସମ୍ବଲପୁର:ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗଦ୍ୱାରା ଆୟୋଜିତ ‘ସହିତ୍ଯ ସ୍ରଷ୍ଟା ଡ. ମାୟାଧର ମାନସିଂହ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଅଧ୍ଯାପକ ବିଶ୍ବନାଥ ସାହୁଙ୍କ ଦ୍ଵାରା ସଂପାଦିତ ଗାଳ୍ପିକ ଦିବ୍ଯସିଂହ ପାଣିଗ୍ରାହୀଙ୍କ ଗଳ୍ପ ପୁସ୍ତକ ‘ଅମୃତ କଙ୍କଣ’ ଉନ୍ମୋଚିତ ହୋଇଯାଇଛି । ଏହି ସଭାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀ, ବିଶ୍ବଭାରତୀ ବିଶ୍ଵବିଦ୍ୟାଳୟ, ଶାନ୍ତିନିକେତନର ପ୍ରାକ୍ତନ ପ୍ରଫେସର କଇଳାଶ ପଟ୍ଟନାୟକ ଓ ପ୍ରଫେସର ଗିରିବାଳା ମହାନ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର, ଶିକ୍ଷକ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ସୂଚନାଯୋଗ୍ୟ ଯେ ‘ଅମୃତ କଙ୍କଣ’ ଗଳ୍ପ ସଂକଳନଟି ‘ଚିତ୍ର’, ‘ଗଳ୍ପସ୍ଵଳ୍ପ ‘ ଓ ‘ କଥାକଦମ୍ବ’ ପରେ ସମ୍ଭବତଃ ଓଡିଆ ସାହିତ୍ୟର ଚତୁର୍ଥ ଗଳ୍ପଗ୍ରନ୍ଥ । ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ୧୯୨୬ ମସିହାରେ । ବ୍ଳାକ ଇଗଲ ବୁକ୍ସ, ଭୁବନେଶ୍ବରଦ୍ବାରା ପ୍ରକାଶିତ ଏହି ନୂତନ ପରିବର୍ଦ୍ଧିତ ସଂସ୍କରଣରେ ଗାଳ୍ପିକଙ୍କ ଅସଙ୍କଳିତ ଗଳ୍ପଗୁଡ଼ିକୁ ମଧ୍ଯ ସ୍ଥାନ ଦିଆଯାଇଛି ।