ବୀରମହାରାଜପୁର ରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ବିଜୁ ଜନତା ଦଳ ତରଫରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରାରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ଥିଲେ । ବୁଧବାର ବୀରମହାରାଜପୁର ସ୍ଥିତ ଗୁନିପଡ଼ାରୁ ଆରମ୍ଭ ହୋଇ ଥିବା ପଦଯାତ୍ରା ରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଓ ସମର୍ଥକ ରାଜ୍ୟ ସରକାରଙ୍କର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଉପରେ ସଚେତନ କରୁଥିଲେ । ଗୁନିପଡ଼ା ରୁ ଆରମ୍ଭ ହୋଇଥିବା ଉକ୍ତ ପଦଯାତ୍ରା ବୀରମହାରାଜପୁର ମୁଖ୍ୟ ଛକ ଦେଇ ଟ୍ୟାକ୍ସି ଷ୍ଟାଣ୍ଡ ରେ ପହଞ୍ଚିଲା ପରେ ଗାଡ଼ି ଚାଳକ ସଂଘ ତରଫରୁ ବିଧାୟକଙ୍କୁ ସ୍ବାଗତ କରାଯାଇଥିଲା.। ସେଠାରେ ଏକ ପଥପ୍ରାନ୍ତ ସଭା ର ଆୟୋଜନ ହୋଇଥିଲା । ପରେ ଚଂପାମାଲ ପଞ୍ଚାୟତ ର ଚମ୍ପାପୁର , ବାଗବର ପରେ ଜଟେସିଂହା ପଦଯାତ୍ରା ପହଞ୍ଚିବl ପରେ ସେଠାରେ ଏକ ସାଧାରଣ ସଭା ହୋଇଥିଲା । ପରେ ସୁବଳୟା ରେ ସମସ୍ତ କର୍ମୀ ଓ ପ୍ରତିନିଧିମାନେ ବିଧାୟକଙ୍କ ସହିତ ପଦଯାତ୍ରା କରିଥିଲେ । ଶେଷରେ ଟିକିରାପଡ଼ା ରେ ପଦଯାତ୍ରା ପରେ ଏକ ସାଧାରଣ ସଭା ହୋଇଥିଲା । ବିଭିନ୍ନ ସ୍ଥାନରେ ଲୋକେ ବିଧାୟକ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରୀ , ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପଦ୍ମିନୀ ବଘାର , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର , ଜିଲ୍ଲା ବିଜେଡି ଉପସଭାପତି ରଞ୍ଜିତ ରଥ ଓ କିଶୋର ହୋତା ଙ୍କ ସହିତ ବୀରମହାରାଜପୁର ଜୋନ-୨ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା , ଉଲୁଣ୍ଡା ଜିଲ୍ଲାପରିଷଦ ସଭ୍ୟା ବିଜୟଲକ୍ଷ୍ମୀ ତରାଇ , ବିନିକା ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଠ ଭରାସାଗର , ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଭୋଇ , ବିନିକା ନଗର ବିଜେଡି ସଭାପତି ସୋମନାଥ ମିଶ୍ର , ଜିଲ୍ଲା ବିଜେଡି ଡିଜିଟାଲ ମିଡିଆ ସଭାପତି ବିହାରୀଲାଲ ମିଶ୍ର , ହିଲୁଙ୍ଗ ସମିତିସଭ୍ୟ ଶୈଳରଞ୍ଜନ ବାଦି , ପ୍ରଦୀପ ମିଶ୍ର , ସତ୍ୟଞ୍ଜିବ ମିଶ୍ର , ଧୀରେନ୍ଦ୍ର ପଣ୍ଡା , ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ , ମୀନକେତନ ମହାକୁର , ମୁର୍ଷୁଣ୍ଢି ସରପଞ୍ଚ ମନୋଜ ସାହୁ , ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ , ବାଗବର ସରପଞ୍ଚ ନିରୁପମା ବଗର୍ତ୍ତି, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା , ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ , କେନଝିରିଆପାଲି ସରପଞ୍ଚ ସସ୍ମିତା ଦୀପ ଙ୍କ ସହିତ ଅନେକ ଅନେକ ସରପଞ୍ଚ , ସମିତିସଭ୍ୟ , ଜନ ପ୍ରତିନିଧି , ବିଜେଡ଼ି କର୍ମକର୍ତ୍ତା , ସମର୍ଥକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।