Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଷ୍ଟ୍ ବୈଷୟିକ ଶିକ୍ଷାନୁଷ୍ଠାନ ରେ ସାଇବର ସଚେତନତା ରଥ

ଗୋପାଳପୁର,୧୨/୧୦ ରାଜ୍ୟ ରେ ବଢୁଥିବା ସାଇବର ଅପରାଧ କୁ ଦୃଷ୍ଟି ରେ ରଖି ନିଷ୍ଟ୍ ବୈଷୟିକ ଶିକ୍ଷାନୁଷ୍ଠାନ ରେ ସଚେତନତା ସୃଷ୍ଟି କରାଯିବା ସହ ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନତା ସୃଷ୍ଟି ପାଇଁ ବୁଲୁଥିବା ସଚେତନତା ରଥକୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ବିଷ୍ଣୁକର ନାୟକ ଙ୍କ ଅଧକ୍ଷତା ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡେପୁଟି ସୁପରିଟେଣ୍ଡେଣ୍ଟ୍ ଅଫ୍ ପୋଲିସ ଅକ୍ଷୟ କୁମାର ନାୟକ, ଆଇ ଆଇ ସି ବିବେକାନନ୍ଦ ମହନ୍ତ, ଦୀପ୍ତି ରଞ୍ଜନ ପ୍ରଧାନ, ରଂଜିତ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାଇବର ସୁରକ୍ଷା ଉପରେ ମତଦାନ କରିଥିଲେ । ଆଧୁନିକ ମୋବାଇଲ ର ବ୍ୟବହାର ଦୈନଦିନ ବ୍ୟବହାର ରେ ଅପରିହାର୍ଯ୍ୟ ହୋଇଥିବା ବେଳେ ସୋସିଆଲ ମିଡ଼ିଆ ରେ ସତର୍କ ଅବଲମ୍ବନ କରିବାକୁ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମ କୁ ପ୍ରଶାସନ ମୁଖ୍ୟ ସୟଦ ସୁଲେମାନ ଅଲି ସଂଯୋଜନା କରିଥିଲା ବେଳେ ମାଧୁରିମା ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭା ରେ ଡ଼. ପ୍ରଦ୍ୟୁମ୍ନ ପାତ୍ର,ସୁରେଶ ମହାପାତ୍ର, ପିତାମ୍ବର ସାହୁ, ଡ଼ ପ୍ରୀତି ରଞ୍ଜନ ସାହୁ, ପ୍ର ଶ୍ରୀ କୁମାର, ରମାକାନ୍ତ ଚୌଧୁରୀ ଙ୍କ ସହ ବହୁ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ।ଏହା ସହ ସନ୍ଧ୍ୟା ସମୟରେ କନିଷି ହାଟ ପରିସରରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories