ଆନ୍ତର୍ଜାତିକ ପୁଷ୍ଟିଶସ୍ଯ ବର୍ଷ ଓ ପୁଷ୍ଟିଶସ୍ୟ ବ୍ୟଞ୍ଜନ ପ୍ରତିଯୋଗିତା


ଝାରସୁଗୁଡା ୧୩/୧୦ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୃଷି କାର୍ଯ୍ୟାଲୟ ପରିସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓ ସ୍ବେଛାସେବୀ ଅନୁଷ୍ଠାନ ଅଜକା ପକ୍ଷରୁ ଆନ୍ତର୍ଜାତିକ ପୁଷ୍ଟି ଶସ୍ୟ ବର୍ଷ ୨୦୨୩ ପାଳନ ସହ ପୁଷ୍ଟିଶସ୍ୟ ବ୍ୟଞ୍ଜନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ ଲଖନପୁର ସରପଞ୍ଚ ଆରତୀ ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବ ମୋଟ ୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଏବଂ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ । ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ତିନି ଜଣ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତର ପ୍ରତିଯୋଗିତା ରେ ଭାଗ ନେବା ପାଇଁ ମନୋନୀତ କରା ଯାଇଛି । ଓଡ଼ିଶା ମିଲେଟ ମିଶନ ପ୍ରକଳ୍ପ ଅତିରିକ୍ତ ବ୍ଲକ ସଂଯୋଜକ ରାଜକୁମାର ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଲଖନପୁର ବ୍ଲକ ସଂଯୋଜକ ସୌରୀ ମେହେର , ମିଶନ ଶକ୍ତି ବ୍ଲକ ସଂଯୋଜିକା ଶର୍ମିଷ୍ଠା ବେହେରା, ଗ୍ରାମ୍ୟ କୃଷି ଅଧିକାରୀ ସତ୍ୟବତୀ ମେହେର ବିଚାରକ ଭାବେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ । ଶେଷରେ ରାଜକୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।