ଝାରସୁଗୁଡା ୧୩/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସଂକୁଳ ଅନ୍ତର୍ଗତ ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମାତୃ ଭାରତୀ କମିଟିର ସଦସ୍ୟା ପୂଜା ଭୋଇ ଦ୍ୱୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଝସକେତନ ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଗୁରୁମା ସୁଶ୍ରୀ ତିଲୋତ୍ତମା ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିଶୁ ବାଟୀକା ପ୍ରମୁଖ ମଞ୍ଜୁଲତା କାଳସେ ହିନ୍ଦୁ ଘରର ସଂକଳ୍ପନା ଓ ପାଠ୍ୟକ୍ରମ କ୍ରିୟା କଳାପ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ସେହିପରି ଗୁରୁମା ସଂଯୁକ୍ତା ଗରଡିଆ ମାଆ ମାନଙ୍କୁ ନେଇ ଶାରୀରିକ କାଳାଶଂ ଉପରେ ଆଲୋଚନା କରିଥିବା ବେଳେ ଗୁରୁମା ଉଷାବତୀ ସାହୁ ଶିଶୁବୋଧ ଶ୍ରେଣୀରେ ପ୍ରାୟୋଜିତ କାଳାଶଂ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ବିଦ୍ୟାଳୟର ଶିଶୁ ବାଟୀକା ପ୍ରମୁଖ ମଞ୍ଜୁଲତା କାଳସେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ, ଗୁରୁମା, ସେବକ,ସେବୀକା ଏବଂ ମାତୃ ଭାରତୀ ର ସଦସ୍ୟା ମାନେ ସହଯୋଗ କରିଥିଲେ ।