Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଳୀୟ ସାଂସଦ ନୀତେଶଙ୍କ ଉପରେ ବର୍ଷିଲେ ସୁବାସ ପାଣିଗ୍ରାହୀ, କହିଲେ- ନିର୍ବାଚନ ଲଢିଲେ ହାରିବେ

ଦେବଗଡ଼: ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀ ଓ ସମ୍ବଲପୁରର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀଙ୍କୁ ନେଇ ରାଜନୀତି ବେଶ ସରଗରମ। ସୁବାସ ଓ ନୀତେଶ ଉଭୟ ବିଜେପିର ନେତା। ହେଲେ ସାଂସଦ ନୀତେଶଙ୍କ ପତ୍ନୀ ବିଜେଡି ଆଡ଼େ ଢଳୁଥିବା ଜିଲ୍ଲା ସହ ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଏବେ ଦଳୀୟ ସାଂସଦ ନୀତେଶଙ୍କ ଉପରେ ବର୍ଷିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ।

ସେ କହିଛନ୍ତି ଯେ, ସାଂସଦ ଲୋକପ୍ରିୟତା ହରାଇଛନ୍ତି। ଏବେ ପ୍ରତିଦ୍ଵନ୍ଦ୍ଵିତା କଲେ ହାରିବେ। ଘରୋଇ କଳହରୁ ଲୋକପ୍ରିୟତା ହରାଇଛନ୍ତି ଏବଂ ସେ ଲୋକଙ୍କ ପାଖକୁ ମଧ୍ୟ ଯାଉ ନାହାନ୍ତି। ସାଂସଦଙ୍କ ପତ୍ନୀ ଦେବଗଡ଼ ବିଜେଡିରୁ ଲଢିବେ ବୋଲି ଚର୍ଚ୍ଚା ହେଉଛି। ତେଣୁ ସାଂସଦ ଏବେ ଗୃହବନ୍ଦୀ। ସେ ନିର୍ବାଚନ ଜିତିବାର ପ୍ରଶ୍ନ ହିଁ ଉଠୁନି। ସୁବାସଙ୍କ ଏମିତି ଆରୋପ ନେଇ ସାଂସଦଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନାଯୋଗ୍ୟ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ଓ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ମଧ୍ୟରେ ଅନେକ ସମୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ନୀତେଶ ଗଙ୍ଗଦେବଙ୍କ ଦଳରେ ଗତିବିଧି ଏବଂ ସକ୍ରିୟତା କମିବାରେ ଲାଗିଛି। ତାଙ୍କୁ ନିଜର ଗୃହ ଜିଲ୍ଲାରେ ମଧ୍ୟ ବିଶେଷ ଦେଖିବାକୁ ମିଳିନାହିଁ। ତେଣୁ ତାଙ୍କୁ ଏଥର ଟିକେଟ୍ ମିଳିବାର ସମ୍ଭାବନା ବ ହୁତ କମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ