Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁର୍ଗାପୂଜା ଭଷାଣିକୁ ନେଇ ପ୍ରଶାସନର ରୋକ,ବିଜେପି ପକ୍ଷରୁ ରାଜ୍ୟପାଳଙ୍ଲୁ ଦାବି ପତ୍ର

ସମ୍ବଲପୁର :ସମ୍ବଲପୁର ସହର ଏକ ସାଂସ୍କୃତିକ ତଥା ଐତିହ୍ୟ ସମ୍ପନ୍ନ ସହର l ଏହି ସହରରେ କେଉଁ କାଳରୁ ଅଧିବାସୀ ମାନେ ମହାସମାରୋହ ରେ ବିଭିନ୍ନ ପର୍ବପର୍ବାଣି ତଥା ଯାନିଯାତ୍ରା ପାଳନ କରି ଆସୁଛନ୍ତି l ପ୍ରସିଦ୍ଧ ଶୀତଳଷଷ୍ଟି ଯାତ୍ରା ଏହି ସହାରକୁ ଏହି ସହରକୁ ବିଶେଷ ପରିଚୟ ପ୍ରଦାନ କରେ l ଦଶହରା ଦୁର୍ଗାପୂଜା ଓ ରାବଣ ପୋଡି ମଧ୍ୟ୍ୟ ଏହି ସମ୍ବଲପୁର ରେ ବିଶେଷ ଗୁରୁତ୍ୱ ରହିଛି l ଦୁର୍ଗାପୂଜା ପରିପେକ୍ଷୀ ରେ କେବେବି କୌଣସି ବଡ଼ ଗଣ୍ଡଗୋଳ କିମ୍ବା ଦୁର୍ଘଟଣା ହେବାର ନଜିର ନାହିଁ l ହେଲେ ଦୁର୍ଭାଗ୍ୟ ର ବିଷୟ ଯେ ସମ୍ବଲପୁର ଜିଲ୍ଲା ପ୍ରଶାସନ ବିଗତ ଦିନରେ ଗଣେଶ ପୂଜା ଭାଷାଣିଯାତ୍ରା ଉପରେ ରୋକ ଲଗାଯାଇଥିବା ବେଳେ ଦଶହରା ଦୁର୍ଗାପୂଜା ର ଭସାଣିଯାତ୍ରା ଉପରେ ମଧ୍ୟ ରୋକ ଲଗାଇଛନ୍ତି l ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି l
ଆଜି ବିଜେପି ର ପ୍ରତିନିଧି ମଣ୍ଡଳୀ ସୂର୍ଯ୍ୟ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତଥା ପ୍ରବକ୍ତା , ଦେଓକିରଣ ପଟ୍ଟନାୟକ, ପୂର୍ବତନ ରାଜ୍ୟ ଉପସଭାପତି, ସରୋଜ ସାହୁ, ପୂର୍ବତନ ଜିଲ୍ଲା ପଛୁଆ ବର୍ଗ ର ସଭାପତି, ମୁକେଶ ଜରିୱାଲ, ପୂର୍ବତନ ଜିଲ୍ଲା କୋଷଧ୍ୟକ୍ଷ ପ୍ରମୁଖ ରାଜ୍ୟପାଳ ଙ୍କର ଉଦ୍ୟେଶ୍ୟ ରେ ଏକ ସ୍ମାରକ ପତ୍ର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କର ଜରିଆରେ ପ୍ରଦାନ କରିଛନ୍ତି l ପ୍ରତିନିଧି ମଣ୍ଡଳୀ ଙ୍କର ଏହି ସମ୍ବେଦନଶୀଳ ଦାବିପତ୍ର ଗ୍ରହଣ କରିଥିଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କର ସଚିବ ଦାୟିତ୍ୱ ରେ ଥିବା ଅନିରୁଦ୍ଧ ପ୍ରଧାନ l
ଏହି ଦାବିପତ୍ର ରେ ବିଜେପି ପ୍ରତିନିଧି ମଣ୍ଡଳୀ ଜିଲ୍ଲା ପ୍ରଶାସନ ର ଏହି ଦଶହରା ଦୁର୍ଗାପୂଜା ର ଭସାଣିଯାତ୍ରା ଉପରେ ଲଗାଯାଇଥିବା ରୋକ ନିଷ୍ପତ୍ତି ନୁ ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନ ର ଏହା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ଓଡିଶା ପ୍ରଦେଶ ର ମାନନୀୟ ରାଜ୍ୟପାଳ ଙ୍କୁ ନିବେଦନ କରିଛନ୍ତି l