Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋର୍ଟରେ ହାଜର ହେଲେନି, ମୋକିମଙ୍କୁ ଲାଗିଲା ୧୦ ହଜାର ଟଙ୍କା ଜରିମାନା

କଟକ: ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ମୋହମ୍ମଦ ମୋକିମଙ୍କୁ ଜରିମାନା ଲଗାଇଛନ୍ତି ହାଇକୋର୍ଟ। କୋର୍ଟ ବିଧାୟକଙ୍କୁ ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ସାକ୍ଷ୍ୟ ନ ଦେଇ ସମୟ ନେବାରୁ ଅଦାଲତ ବାର ଆସୋସିଏସନ ଓ୍ଵେଲଫେୟାର ଫଣ୍ଡରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମିଥ୍ୟା ନିର୍ବାଚନୀ ସତ୍ୟପାଠ ନେଇ ମାମଲା ହୋଇଥିଲା। ଏହା ଉପରେ ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ଏଥିପାଇଁ ଶୁକ୍ରବାର ସମୟ ଦିଆଯାଇଥିଲା। କିନ୍ତୁ ବାରବାଟୀ ବିଧାୟକ ହାଜର ହୋଇ ନ ଥିଲେ। ତେଣୁ ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା ଲଗାଇବା ସହ ଏହାକୁ ଅଦାଲତ ବାର ଆସୋସିଏସନ ଓ୍ଵେଲଫେୟାର ଫଣ୍ଡରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ