ଗୋପାଳପୁର ,୧୩/୧୦ ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ଅସହାୟ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସାତ ମାସର ଗର୍ଭବତୀ କରିଥିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଜଣେ ୭ବର୍ଷୀୟ ବୃଦ୍ଧକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ବୃଦ୍ଧ ଜଣଙ୍କ ହେଲେ ବିଶ୍ୱନାଥପୁର ଗାଁର ମନୁ ନାଇକ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛି l ସୂଚନା ଅନୁଯାଇ, ବିଶ୍ୱନାଥପୁର ଓଡ଼ିଆରପି କଲୋନୀର ଜଣେ ୨୬ ବର୍ଷୀୟ ଅସହାୟ ଯୁବତୀ ରହୁଥିବା ବେଳେ କିଛି ଦୂରରେ ମନୁ ରହୁଥିଲେ l ଯୁବତୀ ଜଣଙ୍କ ଏକୁଟିଆ ରହୁଥିବା ସୁଯୋଗ ନେଇ ମନୁ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ବିବାହ କରିବେ ବୋଲି ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ l ଯୁବତୀ ଜଣଙ୍କ ସାତ ମାସ ଗର୍ଭବତୀ ହେଲା ପରେ ମନୁ ବିବାହ କରିବାକୁ ପ୍ରତ୍ୟାଖାନ କରିଦେଇଥିଲେ l ଏ ନେଇ ସମ୍ପୃକ୍ତ ଯୁବତୀ ଜଣଙ୍କ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପାରେ ପୋଲିସ ଏତଲାକୁ ଭିତ୍ତି କରି ଥାନା କେଶ ନଂ ୫୧୨/୨୩ରେ ଏକ ମାମଲା ରୁଜୁ କରିଥିଲେ । ମନୁକୁ ଗିରଫ କରିବା ସହ ଆଜି ଉଭୟଙ୍କୁ ଡାକ୍ତରୀ ମଇନା କରାଯିବା ପରେ ଅଭିଯୁକ୍ତ ମନୁକୁ କୋର୍ଟ ଚାଲାଣ କରିଥିବା ତଦନ୍ତ ଅଧିକାରିଣୀ ଏସ.ଆଇ ସ୍ମିତା ଜେନା ସୂଚନା ଦେଇଛନ୍ତି l