Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହିକୁଡି ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ସାଇବର ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ର ହିକୁଡ଼ି ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ସାଇବର ସୁରକ୍ଷା ସଚେତନତା ରଥକୁ ଭବ୍ୟ ସ୍ଵାଗତ କରାଯାଇଛି । ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ ପାଢ଼ୀ ମୁଖ୍ୟ ଅତିଥି ଓ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଇବର ଠକଙ୍କ ପ୍ରତି ସମସ୍ତେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଷ୍ଟେଟ ବ୍ୟାଙ୍କ ଅଧିକାରୀ ମୀନକେତନ ପ୍ରଧାନ ବ୍ୟାଙ୍କ ଠକେଇ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ଥାନା ଅଧିକାରୀ ରାଜେଶ୍ୱରୀ ଭୋଇ ଓ ଅନୁଷ୍ଠାନର ଅଧ୍ୟକ୍ଷ ଶୈଳେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ହାବିଲଦାର ମନୋଜ ପଣ୍ଡା ଓ ପ୍ରଶିକ୍ଷିକା ମାନିନୀ ନନ୍ଦ ମଞ୍ଚ ପରିଚାଳନା କରିଥିଲେ । ହିକୁଡି ବିଟ ହାଉସର କର୍ମଚାରୀଙ୍କ ସମେତ ପ୍ରଶିକ୍ଷକ ଶେଖର ପାତ୍ର , ଲୋଚନ ନାଏକ , ଜୟନ୍ତି ହାଁସଦା , ଧିରଜ ସାହୁ , ସୌଭାଗ୍ୟ ମାଝୀ , ଗାୟତ୍ରୀ କାର୍ଗୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ସାଇବର ସଚେତନତା କୁଇଜ୍ କାର୍ଯ୍ୟକ୍ରମରେ ରୋହନ ଡାଙ୍ଗ , ପୂଜାରାଣୀ ସାହୁ ଓ ବିଜେତା ହରିପାଲ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।