Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଡାପାଲ ରେ ନବାହ ପାରାୟଣ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡାପାଲ ଗ୍ରାମରେ ନବାହ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସ ଭାବେ ଚୈତନ୍ୟ ମିଶ୍ର ପୁରାଣ ପଠନ କରୁଥିବା ବେଳେ ଧନମାଳି ବିଶ୍ଵାଳ ଓ ଧର୍ମପତ୍ନୀ ତପସ୍ବିନୀ ବିଶ୍ବାଳ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଛନ୍ତି । ସେହିପରି ଗ୍ରାମର ଇଷ୍ଟଦେବୀ ପରମେଶ୍ୱରୀ ପୀଠରେ ମୁଲାଅଷ୍ଟମି ଠାରୁ ମାହେଶ୍ୱରୀଙ୍କ ଷୋହଳ ପୂଜା ଅନୁଷ୍ଠିତ ହେଉଛି । ଏଥିରେ ଲଳିତ ଦେହୁରୀ ଓ ବନମାଳୀ ଚାନ୍ଦ ପୂଜକ ଦାଇତ୍ୱ ତୁଲାଇଛନ୍ତି। ଉକ୍ତ ଆଧ୍ୟାତ୍ମିକ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଥିବା ଦେଖା ଦେଇଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ