Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୁଗୁଡ଼ିପାଲି ଉଠା ଜଳସେଚନ ପ୍ରକଳ୍ପ ର ପାଣି ପମ୍ପ ଚୋରି ଅଭିଯୋଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲି ଗ୍ରାମରେ ଥିବା ୪ ନମ୍ୱର ଉଠା ଜଳସେଚନ ପ୍ରକଳ୍ପ ର ପାଣି ପମ୍ପ ଓ ଅନ୍ୟ କେତେକ ଯନ୍ତ୍ରାଂଶ ଚୋରି ହୋଇଥିବା ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି । ବୀରମହାରାଜପୁର ବ୍ଲକ ର ଅଧିକାଂଶ ପଞ୍ଚାୟତ କୁ ଜଳସେଚନ ର ସୁବିଧା ନାହିଁ । ତେବେ କେତେକ ସ୍ଥାନରେ ଜଳ ସେଚନ ପାଇଁ ଉଠା ଜଳ ସେଚନ ର ବ୍ୟବସ୍ଥା ରହିଛି । ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ତାହା ଠିକ୍ ରେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ରୁଗୁଡିପାଲି ଗ୍ରାମର ର ୪ ନମ୍ବର ଉଠାଜଳସେଚନ ପ୍ରକଳ୍ପ ରୁ ଦୁଇ ଟି ପାଣିପମ୍ପ ଏବଂ ଅନ୍ୟ କିଛି ଯନ୍ତ୍ର ଗୁରୁବାର ଚୋରି ହୋଇଥିବା ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୁଚନା ମୁତାବକ ରୁଗୁଡିପାଲି ୪ ନମ୍ବର ଉଠାଜଳସେଚନ ପ୍ରକଳ୍ପ ପାଇଁ ଲାଗିଥିବା ପାଣିପମ୍ପ ଚୋରି ହେବା ଫଳରେ ୪୦ ରୁ ୫୦ ଏକର ଚାଷ ଜମିରେ ଧାନ ଫସଲ ପାଣି ଅଭାବରୁ ନଷ୍ଟ ହେବାର ଆଶଙ୍କା ରହିଛି । ଅତିତ ରେ ଅନେକ ପାଣି ମଟର ଚୋରି ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଉକ୍ତ ପାଣି ମଟର କୁ ଉଦ୍ଧାର କରାଯାଇ ପରି ନାହିଁ । ତେବେ ପୋଲିସ ଉକ୍ତ ଘଟଣା ର ତଦନ୍ତ କରି ଚୋରି ଜିନିଷ ଉଦ୍ଧାର କରିବାକୁ ସାଧାରଣ ରେ ଦାବି ହେଉଛି।