Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମଗାଁ ଗ୍ରାମର ଧାନଫସଲରେ ଗଣ୍ଠିପୋକ ପ୍ରାଦୁର୍ଭାବ

ଝାରସୁଗୁଡା ୧୭/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମଗାଁ ଗ୍ରାମରେ ରୋଗ ପୋକ ପ୍ରାଦୁର୍ଭାବ ଦେଖା ଦେଇଛି । ଯାହାକୁ ନେଇ ସ୍ଥାନୀୟ ଚାଷୀ ମହଲରେ ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ଧାନ ଫସଲ ଗର୍ବଣି ହେବାର ସମୟ ହୋଇଥିବା ବେଳେ ବିଭିନ୍ନ କିସମର ରୋଗ ପୋକ ଯଥା:- ମାଟିଆ ଗୁଣ୍ଡି ,ଛକଡା ପୋକ ,ଗଣ୍ଠି ପୋକ ଆଦି ଧାନ ଗଛ ଗୁଡିକକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଉଥିବା ଚାଷୀ ମାନେ ଅଭିଯୋଗ କରୁଛନ୍ତି । ଏମାନଙ୍କ ପ୍ରତିରୋଧ ପାଇଁ ଔଷଧ ସିଞ୍ଚନ କଲେ ମଧ୍ୟ କୌଣସି କାମ କରୁନାହିଁ । ବର୍ତ୍ତମାନ ଆଟ,ମାଲ, ବେର୍ଣ୍ଣା କିସମର ଧାନ କିଆରି ମାନଙ୍କରେ ଧାନ କେଣ୍ଡା ବାହାରୁଚି । ଏପରି ସ୍ଥଳେ ଧାନ ଅମଳ ଯଥେଷ୍ଟ ପ୍ରବାଭିତ ହେବା ସହିତ ଚାଷୀ ମାନଙ୍କୁ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି । ତେଣୁ ଯଥାଶୀଘ୍ର କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ବୁଥ ସ୍ତରୀୟ ଅଧିକାରୀଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରଶିକ୍ଷଣ ଶିବିରଜାମଗାଁ, ୨୯/୫ (ଆପ୍ର): ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଗୁଡିକରେ ବିଏଲଓ, ସେମାନଙ୍କ ସୁପରଭାଇଜର, ସ୍ୱେଛାସେବୀ ଏବଂ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ବୁଥ ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ। ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ମହିମା ଡିଗ୍ରୀ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ ଯୋଗଦେଇ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି, ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମାପ୍ତ କରିବା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ବିଏଲଓମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ ଓ ସଂଗ୍ରହ କରିବା, ଫର୍ମ ପୂରଣ ପ୍ରଣାଳୀ ଏବଂ ବିଏଲଓ ସୁପରଭାଇଜରଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଆଲୋଚନା କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବାକୁ ବିଏଲଓ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ଚଳିତ ମଇ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରେ ଘରେ ଯାଇ ପରିଗଣନା ଫର୍ମ ବଣ୍ଟନ କରିବେ ବୋଲି ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାରେ ସମସ୍ତ ବ୍ଲକବାସୀ ସକ୍ରିୟ ଭାବେ ସହଭାଗୀ ହୋଇ ବିଏଲଓ ମାନଙ୍କୁ ସହଯୋଗ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ଯେଭଳି ବାଦ୍ ନ ପଡ଼ିବ ସେ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରା ଯାଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୂରୁଆଙ୍କ ସମେତ ଜାମଗାଁରୁ ପଞ୍ଚଗାଁ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତର ବିଏଲଓ, ସୁପରଭାଇଜର ଓ ବିଭିନ୍ନ ଦଳର ବୁଥ ସ୍ତରୀୟ ପଦାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଭିକମପାଲିରେ ଆୟୋଜିତ ଶିବିରରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମୟନ୍ତୀ ପଟେଲ ଏବଂ କନକତୋରାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।