Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛୁଇଁଖାଞ୍ଚ ଦେବଦରହ ପ୍ରଧାନମନ୍ତ୍ରୀ ରାସ୍ତାର ନିମ୍ନ ମାନର କାର୍ଯ୍ୟ

ଝାରସୁଗୁଡା ୧୭/୧୦ (ଓଡ଼ିଶା ନ୍ୟୁଜ) କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗ୍ରାମକୁ ପକ୍କା ଓ ପିଚୁ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସମ୍ପୃକ୍ତ ବିଭାଗ ଓ ନିର୍ମାଣକାରୀ ଠିକା ସଂସ୍ଥାର ମଧୁ ଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏପରି ସାଂଘାତିକ ଅଭିଯୋଗ ହେଉଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂତନ ଭାବେ ନିର୍ମାଣ ହୋଇଥିବା ଛୁଇଁଖାଞ୍ଚ ଦେବଦରହ ପ୍ରଧାନମନ୍ତ୍ରୀ ରାସ୍ତା କ୍ଷେତ୍ରରେ ।
ସୂଚନା ମତେ ୨୦୨୧/୨୨ଆର୍ଥିକ ବର୍ଷରେ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛୁଇଁଖାଞ୍ଚ ଦେବଦରହ ଗ୍ରାମର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟ ନିମନ୍ତେ ୪ କୋଟି ୭୦ ଲକ୍ଷ ୮୬ ହଜାର ୬୯୮ ଟଙ୍କା ମଞ୍ଜୁରୀ ପ୍ରାପ୍ତ ହୋଇ ଗତ ୨୦୨୧ ଏପ୍ରିଲ ୧୧ ତାରିଖ ଦିନ ସାଂସଦ ସୁରେଶ ପୂଜାରୀ ଏବଂ ଭୁତପୂର୍ବ ବିଧାୟକ ସ୍ବର୍ଗତ କିଶୋର ମହାନ୍ତି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କିଛି ମାସ ପରେ ଏକ ଠିକାସଂସ୍ଥା ଦ୍ୱାରା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଏନଏଚ ୪୯ ଠାରୁ ଭାୟା ଛୁଇଁଖାଞ୍ଚ ଗାଁ ଦେଇ ଦେବଦରହ ଅହିଡା ନାଲା ବ୍ରିଜ ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାମ କିଛି ମାତ୍ରାରେ ଠିକ ଅଛି । କିନ୍ତୁ ଅନ୍ୟପଟେ ଜୁନଡେରା ଗାଧୁଆ ଘାଟ (ଫାଟକ ଦୁଆର) ଠାରୁ ଏନଏଚ ୪୯ ଦେବଦରହ ବସଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ କରା ଯାଇଥିବା ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ କେତେକ ସ୍ଥାନରେ ରାସ୍ତା ଫାଟି ଯିବା ସହ ରାସ୍ତା ଉପରୁ ସମ୍ପୂର୍ଣ୍ଣ ଭାବେ ପିଚୁ ଉଠି ଗଲାଣି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସେମାନେ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ଉଚିତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବିନୋଦ ଚନ୍ଦ୍ର ଛୁରିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ