ଶହ ଶହ କର୍ମଚାରୀଙ୍କୁ ଛଟେଇ କଲା ୱାଲମାର୍ଟ; ୯୦ ଦିନରେ ନୂଆ ଚାକିରି ଖୋଜିବାକୁ ପରାମର୍ଶ


ନୂଆଦିଲ୍ଲୀ: ପୁଣି ଛଟେଇ କଲା ଆମେରିକାର ଏହି ପ୍ରମୁଖ ଇକମର୍ସ କମ୍ପାନୀ। ଆମେରିକୀୟ କମ୍ପାନୀ ୱାଲମାର୍ଟ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଛି। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେ କହିଛନ୍ତି ରାତ୍ରୀ ଓ ସପ୍ତାହନ୍ତରେ ସିଫ୍ଟରେ କାଟ୍‌ କାରଣରୁ ଶହ ଶହ କର୍ମଚାରୀଙ୍କୁ ଛଟେଇର ସାମ୍‌ନା କରିବାକୁ ପଡ଼ୁଛି। ଏହାସହିତ କମ୍ପାନୀ ୯୦ ଦିନ ଭିତରେ ନୂଆ ଚାକିରି ଖୋଜିବାକୁ କର୍ମଚାରୀଙ୍କୁ କହିଛି।

ଆଗାମୀ ମାନ୍ଦାବସ୍ଥା ଆଶଙ୍କା କରି ବଡ଼ ବଡ଼ କମ୍ପାନୀ ଛଟେଇ କରୁଥିବା ଜଣାପଡ଼ିଛି। ଏହାପୂର୍ବରୁ ଆମାଜନ, ଟ୍ବିଟର, ନିମନ ମାର୍କସ, ଲିଡଲ ଭଳି କମ୍ପାନୀ ମଧ୍ୟ ଅନେକ କର୍ମଚାରୀଙ୍କ ଛଟେଇ କରିସାରିଲାଣି। ଗ୍ରାହକଙ୍କ ଭବିଷ୍ୟତ ଆବଶ୍ୟକତା ପାଇଁ ଭଲ ପ୍ରସ୍ତୁତି ଉଦ୍ଦେଶ୍ୟରେ ଏହି ପରିବତ୍ତର୍ନ କରୁଛୁ ବୋଲି କହିଛି କମ୍ପାନୀ।