Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ।

କୋକସରା ବ୍ଲକ ବଙ୍ଗୋମୁଣ୍ଡା ଫାର୍ମ ଠାରେ କଳାହାଣ୍ଡି ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖ ଷ ଧି ବାଗ ଯୋଗଦେଇ ଉପସ୍ଥିତ ଚାଷୀ ଙ୍କୁ କେବଳ ଧାନ ଚାଷ ରେ ସୀମିତ ନ ରହି ଉଦ୍ୟାନ କୃଷି ପ୍ରତି ଆଗଭର ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧର୍ମଗଡ଼ ଉପଖଣ୍ଡ ମଳୟ କୁମାର ସିଂ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଗୋଳାମୁଣ୍ଡା ନିହାରିକା ସାହୁ, ସହକାରୀ ମତ୍ସ୍ୟ ଅଧିକାରୀ ଲଳିତ କୁମାର ମହାନନ୍ଦ,ସିଡିଓ ରଞ୍ଜନ କୁମାର ଦାସ,ଏମ ଡି ତ୍ରିଲୋକେଶ୍ୱର ଏଫପିଓ କଲମପୁର ଯୋଗଦେଇ କୋକସରା ବ୍ଲକ ର ୨୨ ପଞ୍ଚାୟତ ରୁ ଯୋଗ ଦେଇଥିବା ପୁରୁଷ ଓ ମହିଳା ଚାଷି ଙ୍କୁ ଉଦ୍ୟାନ କୃଷି ର ବିଭିନ୍ନ ଚାଷ ଉପରେ ସୂଚନା ଦେବାସହ ସରକାରୀ ସ୍ତରରେ ରହିଥିବା ଯୋଜନା ବିଷୟରେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଉଦ୍ୟାନ କୃଷି କର୍ମଚାରୀ ବାସନ୍ତୀ ଭତ୍ରା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।