Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍‌ଲାଇନ୍‌ ଠକେଇର ଶିକାର: ଅର୍ଡର ନ ଦେଇ ଆସିଲା ପାର୍ଶଲ, ଭିତରୁ ବାହାରିଲା କଳା କପଡା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲ ପମ୍ପ୍‌ ମାଲିକ ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସଦାବେଳେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରୁହନ୍ତି। ଏହାର ଫାଇଦା ନେଇ ଅନ୍‌ଲାଇନ୍‌ରେ ତାଙ୍କୁ ଠକାଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ସ୍ବାଧୀନ କୁମାର ସାହୁଙ୍କ ନାମରେ ଏକ ପାର୍ଶଲ ଆସିଥିଲା ସେ ଭାବିଲେ ଏହି ଅନ୍‌ଲାଇନ୍‌ ଅର୍ଡରଟି ସେ କରି ନ ଥିଲେ ପରେ ଭାବିଲେ ତାଙ୍କ ପରିବାରର କେହି ତାଙ୍କ ନାମରେ ଅର୍ଡର କରିଥିବେ। ପରିବାର ଲୋକଙ୍କୁ ନ ପଚାରି ସେ ପାର୍ଶଲଟିକୁ ରିସିଭ୍‌ କରିବା ସହ ୧ ହଜାର ୪ ଟଙ୍କା ପୈଠ କରିଦେଲେ। ଘରକୁ ନେଇ ଖୋଲିବା ବେଳେ ସେଥିରୁ ଏକ କଳାକପଡ଼ା ବାହାରିଥିଲା। ଯାହାକି ତାଙ୍କ ପରିବାର ଫ୍ଲିପ୍‌କାର୍ଡରେ ଅର୍ଡର କରିଥିବା ବେଳେ ଯେଉଁ ପାର୍ଶଲଟି ଆସିଛି ସେହି କମ୍ପାନୀରୁ କୌଣସି ଅର୍ଡର ଦେଇ ନ ଥିବା ଜାଣିଥିଲେ। ଉକ୍ତ ଅନ୍‌ଲାଇନ୍‌ ଏଜେନ୍ସିର ନାମ ଜେନ୍ନି କ୍ରିଏଶନ ଭବାନୀପାଟଣା, ରହିଥିବା ଠକେଇର ଶିକାର ହୋଇଥିବା ସ୍ବାଧୀନ କହିଛନ୍ତି। ଏନେଇ ସେ ପୋଲିସରେ ଅଭିଯୋଗ କରିବି ବୋଲି କହିଛନ୍ତି। ପ୍ରକାଶ ଯେ, ଚଳିତ ସପ୍ତାହରେ ଜିଲା ପୋଲିସ ପକ୍ଷରୁ ସାଇବର ଠକେଇରୁ ସୁରକ୍ଷା ପାଇବା ପାଇଁ ଦିନ ତମାମ ପ୍ରଚାର ପ୍ରସାର କରିଥିଲା। ସେଥିରେ ଅନ୍‌ଲାଇନ୍‌ କିଣା, ବ୍ୟାଙ୍କ ଆକାଉଣ୍ଟ ପାଇଁ କାହାରିକି ଓଟିପି ନ ଦେବା ନିଜ ଡାଟା ସାମାଜିକ ଗଣମାଧ୍ୟମରେ ନ ଜଣେଇବା ଆଦି ସଚେତନ କରାଯାଇଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାର ନୂଆ ଉପାୟ କରିବାରେ ଲାଗିଛନ୍ତି।