Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ନଭେମ୍ବର 27 ରୁ ପାଞ୍ଚ ଦିନ ଧରି ବୀରମହାରାଜପୁର ରେ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି 24 ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତା I ଆସନ୍ତା ନଭେମ୍ବର 27 ରୁ 31 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ବୀରମହାରାଜପୁର ସ୍ଥିତ ପଣ୍ଡିଆପାଲି ଖେଳ ପଡ଼ିଆରେ ଆୟୋଜିତ ହେବାକୁ ଯାଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ଏକ ହଜାର ପ୍ରତିଯୋଗୀ ଏବଂ ପରିଚାଳନା ସଦସ୍ୟ ଯୋଗ ଦେବେ I ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର କାର୍ଯ୍ୟାଳୟ ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉକ୍ତ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲା ତୀରନ୍ଦାଜ ସଂଘ ର ସମ୍ପାଦକ ପଙ୍କଜ ଖମାରି I 9 ବର୍ଷରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ବିଭାଗ ର 4 ଟି ବିଭାଗରେ 8 ଟି ବର୍ଗରେ ବିଭିନ୍ନ ପ୍ରତିଯୋଗୀତା ହେବ I ଖେଳ ପରିଚାଳନା କରିବା ପାଇଁ 42 ଜଣ ଦକ୍ଷ କ୍ରୀଡା ନିରୀକ୍ଷକ ରାଜ୍ୟ ତୀରନ୍ଦାଜ ସଂଘ ପକ୍ଷରୁ ଚୟନ କରାଯାଇଛି l ପ୍ରତିଯୋଗୀତା କୁ ଆସୁଥିବା କ୍ରୀଡାବିତ୍ ଙ୍କ ଆବାସ ପାଇଁ କଳାପଥର ସ୍ଥିତ ସତ୍ୟବାଦୀ ବିଦ୍ୟାପୀଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ , ଓଡିଶା ଆଦର୍ଶ ବିଦ୍ୟାଳୟ( ରଥପୁର) , ମାହେଶ୍ୱରୀ ବିଦ୍ୟାପୀଠ (କାନପୁର), ବୀରମହାରାଜପୁର ବାଳିକା ଉଚ୍ଚବିଦ୍ୟାଳୟ , ବୀରମହାରାଜପୁର କଲେଜ ଆଦି ସ୍ଥାନ ମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି l ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଶେଷ ଦିନ ଅଲିମ୍ପିକ୍ସ ରାଉଣ୍ଡର ଯୋଗ୍ୟତା ପର୍ଯ୍ଯାୟ ପ୍ରତିଯୋଗୀତା ହେବ I ଯେଉଁମାନେ ଏଥିରେ ଚୟନ ହେବେ ସେମାନେ ଅଯୋଧ୍ୟା ରେ ହେବାକୁଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବେ l ପ୍ରଥମ ଦିନ 27 ତାରିଖରେ ସ୍ଥାନୀୟ 200 ରୁ ଉର୍ଦ୍ଧ୍ବ କଳାକାରଙ୍କୁ ନେଇ ଏକ ଧନୁ ଶୋଭାଯାତ୍ରା ବାହାରିବାକୁ ଅଛି I ଏହାଛଡ଼ା ପ୍ରତ୍ୟେକ ଦିନ ତୀରନ୍ଦାଜ ପ୍ରତିଯୋଗୀତା ପରେ ପାତାଳୀ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଗ୍ରୁପ ଦ୍ୱାରା ଭଜନ ପରିବେଷଣ ଓ କ୍ରୀଡାବିତ ମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ I ଏହି ଅବସରରେ ଜିଲ୍ଲାର ସମସ୍ତ 6 ଗୋଟି ବ୍ଲକ ରେ 25 ତାରିଖ ରୁ ଧନୁ ପରିକ୍ରମା କରିବ I 28 ତାରିଖ ଉଦଘାଟନୀ ଉତ୍ସବରେ ଏକ କୋଦଣ୍ଡ ନାମରେ ସ୍ମରଣିକା ଉନ୍ମୋଚିତ ହେବ I ଓଡିଶା ସରକାରଙ୍କ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା , ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ , ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା , କଣ୍ଟାମାଳ ବିଧାୟକ ମହୀଧର ରଣା ପୂର୍ବତନ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି , ଜିଲ୍ଲାପାଳ ବିମଳେନ୍ଦୁ ରାୟ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ , ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସିଂ ପ୍ରମୁଖ ଅତିଥିଭାବେ ବିଭିନ୍ନ ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ପ୍ରକାଶ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ