ବୁଲା କୁକୁରଙ୍କ ଆକ୍ରମଣରେ 11 ଜଣ ଆହତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ନିକଟରେ ବୁଧବାର ବୁଲା କୁକୁର କାମୁଡ଼ାରେ 11 ଜଣ ଆହତ ହୋଇଛନ୍ତି l କୁକୁର ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଚମ୍ପାପୁର ର ନରସିଂହ ତାଣ୍ଡିଆ , ଟେଭାପଦର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଡାଙ୍ଗ , ଟିଠି ପାଲି ର ସ୍ନେହମୟି ମହାକୁର , ବୀରମହାରାଜପୁର ର ଶ୍ରବଣ ଅଗ୍ରୱାଲ ଓ ସତ୍ୟ ନାରାୟଣ ସାହୁ , ଉଫୁଳା ର ବିଳନ୍ତl ଅମାତ , ନବଘନ ଗୁଦୁରିଆ ଓ ବିକାଶ ଭୋଇ , ଚମ୍ପାପୁର ର କୃଷ୍ଣ ମେହେର , ଝାରକୁମୁଡା ଗ୍ରାମର ଦିଲ୍ଲିପ କୁମାର ଦଲେଇ ପ୍ରମୁଖ ଅନ୍ୟତମ l ସମସ୍ତେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ କୁ ଯାଇ ଚିକିତ୍ସିତ ହେଉଥିବା ବେଳେ ଦୁଇ ଜଣ ଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇ ଥିବା ସୂଚନା ମିଳିଛି I ପ୍ରକାଶ ଯେ ବୀରମହାରାଜପୁର ର ମୁଖ୍ୟ ଛକ ତଥା ଏହାର ଆଖପାଖ ଅଞ୍ଚଳରେ ଦଳ ଦଳ ହୋଇ ବୁଲା କୁକୁର ବୁଲୁଥିବା ବେଳେ ବାହାରୁ କେହି ଆଣି ଏଠାରେ ଛାଡି ପଳେଇ ଥିବା କୁହାଯାଉଛି I