Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପୁଳ ନକଲି ବିଦେଶୀ ମଦ ଜବତ ସହିତ ଅଭିଯୁକ୍ତ ଦୁଇ ଭାଇ ଙ୍କୁ ଗିରଫ କଲା ଅବକାରୀ ବିଭାଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ବ୍ଳକ ର ଉପାନ୍ତ ଅଞ୍ଚଳରେ ବ୍ୟାପକ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଆସୁଛି। ଅଭିଯୋଗ ଆଧାରରେ ବୀରମହାରାଜପୁର ଅବକାରୀ ବିଭାଗ ଚଢାଉ କରି ବ୍ୟାପକ ନକଲି ବିଦେଶୀ ମଦ ଓ ଅନ୍ୟାନ୍ୟ ଉପକରଣ ଜବତ କରିବା ସହିତ ଏହା ପ୍ରସ୍ତୁତ କରୁଥିବା ଅଭିଯୋଗ ରେ ଦୁଇ ଜଣଙ୍କୁ ଗିରଫ କରିଛି । ସୁଚନଯୋଗ୍ୟ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ର ଉପାନ୍ତ ସାଗଜୁରୀ ( ଭୋଇଡେରା) ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ନକଲି ବିଦେଶୀ ମଦ ଜବତ କରିବା ସହିତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଦୁଇ ଭାଇ ହେଲେ ଉକ୍ତ ଗ୍ରାମର ବିଜୟ କୁମାର ଭୋଇ ଙ୍କ ଦୁଇ ପୁଅ ସୁନିଲ କୁମାର ଭୋଇ (୨୮)ଏବଂ ସୁରେନ୍ କୁମାର ଭୋଇ(୨୫)। ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଅଭିଯୁକ୍ତଙ୍କ ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ପାଇଁ ଅବକାରୀ ଉପନିରୀକ୍ଷିକା ସୁମିତ୍ରା ହେମ୍ବ୍ରମଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା l ଚଢ଼ାଉ ସମୟରେ ସେଠାରୁ ୩୬ ବୋତଲ ନକଲି ମଦ , ମଦ ବୋତଲ ରେ ବ୍ୟବହୃତ ହେବାକୁ ଥିବା ୧୭୧ ଟି ଠିପି ସମେତ ମଦରେ ବ୍ୟବହୁତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏନେଇ ଅବକାରୀ ବିଭାଗ ଏକ ମାମଲା (କେସ ନଂ-୧୨୦/୨୩ )ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆ ଯାଇଛି । ବିଦେଶୀ ମଦ ପ୍ରସ୍ତୁତ ସମୟର ଦେଶୀ ମଦରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ମିଶାଇ ବୋତଲରେ ସିଲ୍ କରି ବିକ୍ରି କରୁ ଥିଲେ । ଏହା ସହିତ ଏଥିରେ ବ୍ୟାପକ ସ୍ପିରିଟ ବ୍ୟବହୃତ କରୁଥିବା ଅଭିଯୋଗ ହେଉଛି। କେବଳ ଗୋଟିଏ ସ୍ଥାନରେ ନୁହେଁ ବ୍ଲକ ର ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ନକଲି ବିଦେଶୀ ମଦ ପ୍ରସ୍ତୁତ ପରେ ତାହାକୁ ବୀରମହାରାଜପୁର , ସୁବଳୟା , ଉଲୁଣ୍ଡା , ରେଢାଖୋଲ , ଯୁଯୁମୁରା , ସମ୍ବଲପୁର , ଧମା , ବିନିକା , ସୋନପୁର ଆଦି ଅଂଚଳକୁ ବିକ୍ରି ପାଇଁ ପଠା ଯାଉଛି। ତେବେ ପୋଲିସ ଓ ଅବକାରୀ ବିଭାଗ ସଠିକ୍ ଭାବେ ତଦନ୍ତ କରି ଚଢାଉ କଲେ ଅନେକ ନକଲି ବଦେଶି ମଦ ଜବତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ