Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମଗାଁ ଜୟ ଜଗନ୍ନାଥ କୃଷକ ସଙ୍ଗଠନର ବୈଠକ

ଝାରସୁଗୁଡା ୨୨/୧୦ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଜୟ ଜଗନ୍ନାଥ କୃଷକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମହେନ୍ଦ୍ର କୁମାର ସାଏ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ହିମାଂଶୁ ଭୂଷଣ ପଧାନ ବୈଠକର ଉଦ୍ଦେଶ୍ୟ ଓ ଆଭୂମୁଖ୍ୟ ସମ୍ପର୍କରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇ ଥିଲେ । ଏହା ପରେ ଜାମଗାଁ ଏବଂ କତରବଗା ଗ୍ରାମ ପଞ୍ଚାୟତରେ ଅମଳ ହେଉଥିବା ଧାନ ଫସଲରେ କାଣ୍ଡବିନ୍ଧା (ଗଣ୍ଠି) ପୋକର ପ୍ରାଦୁର୍ଭାବ ଯୋଗୁଁ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ ହୋଇଛି । ତେଣୁ ରୋଗପୋକ ଯୋଗୁଁ ନଷ୍ଟ ହୋଇଥିବା ଧାନ ଫସଲର ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ସଠିକ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କ କୃଷି ମନ୍ତ୍ରଣାଳୟ, ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ଦାବିପତ୍ର ଦେବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରା ଯାଇଥିଲା । ଏଥିସହ ଫସଲ କାଟ ଓ ଫସଲ ବୀମା ,ଖରିଫ ଧାନ ବିକ୍ରି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପିଏମ କିଷାନ ଓ କାଳିଆ ଯୋଜନାରେ ପ୍ରକୃତ ଚାଷୀ ମାନଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରନ୍ତୁ ବୋଲି ଉପସ୍ଥିତ ଚାଷୀମାନେ ମତପ୍ରକାଶ କରିଥିଲେ ।
ଏହି ଅବସରରେ ଝାରସୁଗୁଡା ଜିଲ୍ଲା କୃଷକ ସଙ୍ଗଠକ ତଥା ସମାଜସେବୀ ସୁରେଶ ତ୍ରିପାଠୀ ଯୋଗଦାନ କରି ଚାଷୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଯଦି ଚାଷୀ ମାନଙ୍କ ଯଥାର୍ଥ ଦାବି ଗୁଡିକ ପ୍ରତି ଉଚିତ ପଦକ୍ଷେପ ନ ନିଅନ୍ତି ତାହେଲେ ଆଗାମୀ ଦିନରେ ଅଞ୍ଚଳର ଚାଷୀ ସମୂହ ନିଜର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ପରିଶେଷରେ ସମ୍ପାଦକ ହିମାଂଶୁ ଭୂଷଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଜାମଗାଁ ଓ କତରବଗା ଗ୍ରାମ ପଞ୍ଚାୟତରୁ ଆସିଥିବା ଚାଷୀ ମାନଙ୍କ ମଧ୍ୟରେ ଲମ୍ବୋଦର ବଢ଼େଇ, ଟିକାରାମ ପଧାନ, ଧନଞ୍ଜୟ ପଧାନ, ବିନୋଦ ପଧାନ,ରମଣୀ ରଞ୍ଜନ ପଧାନ, ରଞ୍ଜନ ସାଏ, ଚନ୍ଦ୍ରକୁମାର ବାରିକ, ମୋତିଲାଲ ପଧାନ, ବାବୁଲାଲ ପଧାନ, ରତ୍ନାକର ସା, ଗୌତମ ପଧାନ, ସହଦେଵ ସାହୁ,ଭୃଙ୍ଗରାଜ ଭୁଏ, ପୂର୍ଣ୍ଣଚନ୍ଦ୍ର ପଧାନ,ରକ୍ଷ ପଧାନ,ଚକାଡୋଳା ବାରିକ,ଗୋବର୍ଦ୍ଧନ ପଧାନ, ଗୋପାଳ ପଧାନ,ବ୍ରହ୍ମକେଶ ପଧାନ, କ୍ଷୀର ବିହାରୀ ବାରିକ,ଜନେକ ପଧାନ,ହେମନ୍ତ ପଧାନ,ଚନ୍ଦ୍ରମଣି ପଧାନ, ଯତୀନ୍ଦ୍ର ବାରିକ ,ଆଶାରାମ ବେହେରା ପ୍ରମୁଖ ଶତାଧିକ ଚାଷୀ ଯୋଗଦେଇ ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ