Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଲସଦା ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

ଝାରସୁଗୁଡା ୨୨/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଲସଦା, ନାଚେନମୁରା, ରେଙ୍କୁଲି, ମହାସିଂ, ଝାରୁପଡ଼ା ଏବଂ ପଞ୍ଚପୁଡୁଗିଆ ଗ୍ରାମର ଚାଷ ମାନଙ୍କୁ ନେଇ ଏକ ନୂତନ ପ୍ରାଥମିକ କୃଷି ସମବାୟ ସମିତି ପାଇଁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ପଲସଦା ଗ୍ରାମ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ଚାଷୀ ମାନଙ୍କୁ ନେଇ ଏକ ଉଦଘାଟନୀ ସଭାର ଆୟୋଜନ କରା ଯାଇଥିଲା । ଏହି ଶୁଭ ଉଦଘାଟନୀ କାର୍ଯ୍ୟକ୍ରମରେ ପଲସଦା କୃଷି ସମବାୟ ସମିତିର ସଭାପତି ଆନନ୍ଦ ମେହେର ଅଧ୍ୟକ୍ଷତା କରିଥିଲେ । ସର୍ଵ ପ୍ରଥମେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜକଙ୍କ ଦ୍ୱାରା ଗଣାଧିପତି ଗଣେଶଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରି କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ କେନ୍ଦ୍ର ସମବାୟ ବ୍ୟାଙ୍କ କନକତୋରା ଶାଖା ପରିଚାଳକ ପରମେଶ୍ବର ପଟେଲ ଯୋଗଦାନ କରି ଆର୍ଥିକ ବ୍ୟବସ୍ଥା ପରିଚାଳନା ଉପରେ ବିଷଦ ଭାବରେ ଉପସ୍ଥିତ ଚାଷୀ ମାନଙ୍କୁ ଧାରଣା ଦେଇଥିଲେ । ସେହିପରି ଭିକମପାଲି ସେବା ସମବାୟ ସମିତିର ସମ୍ପାଦକ ପରୀକ୍ଷିତ ପଧାନ ମଧ୍ୟ ସମବାୟ ସମିତି ପରିଚାଳନା,ସଭ୍ୟ ପଞ୍ଜିକରଣ ଆଦି ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହା ପରେ ନୂତନ ଭାବେ ମନୋନୀତ ହୋଇଥିବା ପଲସଦା କୃଷି ସମବାୟ ସମିତିର ସଭାପତି, ସମ୍ପାଦକ ଏବଂ ସମସ୍ତ ବୋର୍ଡ଼ ଡ଼ାଇରେକ୍ଟର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହା ସହିତ ଦିର୍ଘ ଦିନର ଆଶା ପୁରଣ ହୋଇ ଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ଚାଷୀମାନେ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଭିକମପାଲି ସମବାୟ ସମିତିର ବୋର୍ଡ଼ ଡ଼ାଇରେକ୍ଟର ବୁଧନ ନାଏକ, ବୋଧରାମ ପଟେଲ, ଗିରିଶ ଚନ୍ଦ୍ର ଖମାରୀ, ଫକୀର ସାହୁ,ତୀର୍ଥବାସୀ ମେହେର, ନେହେରୁ ମେହେର, ବିଷ୍ଣୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ପଲସଦା କୃଷି ସମବାୟ ସମିତିର ସଭାପତି ଆନନ୍ଦ ମେହେରଙ୍କ ସମେତ ବୋର୍ଡ ଡ଼ାଇରେକ୍ଟର ଇନ୍ଦ୍ରମଣି ମେହେର, ଉଜଳ ସା, ନରେଶ ନେଟି, ତପମସି ପାଢ଼ୀ, ମହେନ୍ଦ୍ର ହରିଜନ, ସେତରାମ ମେହେର, ଗୋପାଳ ଖମାରୀ, ଜନାର୍ଦନ ପଧାନ, ବିରାଟ ମେହେର ଏବଂ ସ୍ବେଛାସେବୀକା ଗୀତା ବଂଜାରା ସହଯୋଗ କରିଥିଲେ । ଶେଷରେ ସଂପାଦକ ପରୀକ୍ଷିତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପଲସଦା କୃଷି ସମବାୟ ସମିତି ଅଧିନସ୍ଥ ସମସ୍ତ ଗ୍ରାମର ଚାଷୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ