Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମାଁ ଦୂର୍ଗାଙ୍କ ଶକ୍ତିପୀଠରେ ନବରାତ୍ର ପୂଜା ଉଦଯାପିତ

ଝାରସୁଗୁଡା ୨୬/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ସ୍ଥିତ ମାଁ ଦୂର୍ଗାଙ୍କ ଶକ୍ତିପୀଠରେ ନଅ ଦିନ ଧରି ଚାଲିଥିବା ନବରାତ୍ର ପୂଜା ପଵିତ୍ର ବିଜୟା ଦଶମୀ ଦିନ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଏଥିରେ ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରା ଓ ତାଙ୍କ ପତ୍ନୀ ଯଶୋଦା ପୂଜାକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ପଣ୍ଡିତ ଶେଷଦେଵ ଦାସ ଓ ପଣ୍ଡିତ ଗୋପାଳ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରେଙ୍ଗାଲି ଗ୍ରାମର ଖୁସିରାମ ପଧାନ ଓ ପତ୍ନୀ ନିଲାନ୍ଦ୍ରୀ ପଧାନ ମାଁଙ୍କ ଶକ୍ତିପୀଠ ପରିସରରେ ଏକ ଦୀପଘର ନିର୍ମାଣ ପାଇଁ ସଂକଳ୍ପ କରି ଥିଲେ ଏବଂ ପୂଜକଙ୍କ ଦ୍ଵାରା ବିଧି ପୂର୍ବକ ପୂଜାର୍ଚ୍ଚନା କରି ରେଙ୍ଗାଲି ଥାନାଧିକାରୀ ଶ୍ରୀ ବେହେରାଙ୍କ ଉପସ୍ଥିତିରେ ଶୁଭସ୍ତମ୍ଭ ସ୍ଥାପନ କରା ଯାଇଥିଲା । ଏହି ପୂଜା ଉତ୍ସବରେ ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ, ମଚିଦା ସରପଞ୍ଚ ସଂଯୁକ୍ତା ବେହେରା, ବ୍ଲକ ବିଜେଡ଼ି ସଭାପତି ରବିରତ୍ନ ପଧାନ, ଅବସରପ୍ରାପ୍ତ ଏଏସଆଇ ବି.ଜି.ପଟ୍ଟନାୟକଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହୋଇ ମାଁ ଙ୍କ ଆଶିଷ ଲାଭ କରିଥିଲେ । ଉକ୍ତ ପାର୍ବଣ ପୂଜାରେ ତିଲୋତ୍ତମା ସେଟ, ସୁଷମା ପଧାନ, ସୁଶ୍ରୀ ପଧାନ, ସସ୍ମିତା ସା,ନମିତା ସାହୁ, ନିଲାନ୍ଦ୍ରୀ ପଧାନ, ଯଶୋବନ୍ତି ସାହୁ,ଦମୟନ୍ତୀ ଦେହେରୀ, ପିଙ୍କି ମେହେର, ଦ୍ରୌପଦୀ ପଧାନ, ସେବତୀ ପଧାନ, ଖୁସିରାମ ପଧାନ, ଘନଶ୍ୟାମ ପଧାନ, ସଚିନ ପଧାନ, ସଜନ ପଣ୍ଡା, ହୃଦାନନ୍ଦ ପଧାନ, ପିଣ୍ଟୁ ମେହେର, ରାଜେଶ ପୂଜାରୀ, ଗୁଣନିଧି ପଧାନଙ୍କ ସମେତ କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର କିଷାନ, ରେଙ୍ଗାଲି ଥାନାର ଏସଆଇ ସମରେନ୍ଦ୍ର ନାୟକ, ଆଶୁତୋଷ ମହାନ୍ତି ଓ ପ୍ରୀତିପ୍ରଭା କୁଲୁ,ଏଏସଆଇ ନରୋତ୍ତମ ସା ଓ ଅଜୟସେନ ଅମାତଙ୍କ ସମେତ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଶେଷରେ ସମସ୍ତ ଶ୍ରଦ୍ଧାଳୁ ଙ୍କ ଅନ୍ନ ପ୍ରସାଦ ବ୍ୟବସ୍ଥା କରା ଯାଇଥିଲା ।

More Stories