Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟ୍ରାପାଲି ମାଁ ରାମଚଣ୍ଡୀଙ୍କ ପୀଠରେ ପାର୍ବଣ ପୂଜା

ଝାରସୁଗୁଡା ୨୬/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଦମଡ଼ିହି ପଞ୍ଚାୟତ ଅନ୍ତର୍ଗତ କୁଟ୍ରାପାଲି ସ୍ଥିତ ଆଞ୍ଚଳିକ ମାଁ ରାମଚଣ୍ଡୀଙ୍କ ଶକ୍ତିପୀଠ ରେ ମଙ୍ଗଳବାର ପାର୍ବଣ ପୂଜା ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଘଣ୍ଟ ଶଙ୍ଖ ବାଜା ସହ ଏକ ଶୋଭାଯାତ୍ରାରେ ଯାଇ କୁଟ୍ରାପାଲି ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରା ଯାଇଥିଲା । ଏହା ପରେ କୁଟ୍ରାପାଲି ପୀଠର ପୂଜକ ବୃଷଭ ପଧାନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜା ଉତ୍ସବରେ ଦୁଆନମୁଣ୍ଡା ଗ୍ରାମର ଟଙ୍କଧର ପଧାନ ଓ ପତ୍ନୀ ଜୟଶ୍ରୀ ପଧାନ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ମିତ୍ରଭାନୁ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ପଧାନ,ଝାରସୁଗୁଡା ଜିଲ୍ଲା କୁଳତା ସମାଜ ର ସଭାପତି ରାଧାକାନ୍ତ ସା,କଦେଲପିଟା ପୀଠ ସଭାପତି ନରେନ୍ଦ୍ର ପଧାନ, ଅତାବିରା ପୀଠ ସେବକ ରାମ ଭୋଇ, ଛୁଆଲିବେର୍ଣ୍ଣା ଗୁଡ଼ି ସଭାପତି କ୍ଷୀରୋଦ ପଧାନ, ବାଘମୁଣ୍ଡା ଗୁଡ଼ି ସଭାପତି ଅଭିରାମ ଖମାରୀ,ବନ୍ଧବାହାଲ ସଂଗଠକ ଭାଗୀରଥି ପଧାନ ପ୍ରମୁଖ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ପୂଜା ଉତ୍ସବରେ ସମରବଗା ଆଞ୍ଚଳିକ ଗୁଡ଼ି ଅନ୍ତର୍ଗତ ଝାରଗାଁ, ସମରବଗା,କୁରେମାଲ,ଭଉଁରାଚକା,କୁଟ୍ରାପାଲି ପରସିଆଁ, ଦେବଦରହ,ଛୁଇଖାଞ୍ଚ,ଦୁଆନମୁଣ୍ଡା, କୁଡ଼ାବଗା, ବେତଝରଣ ଏବଂ କୁଲିହାବେର୍ଣ୍ଣି ଗ୍ରାମର ବହୁ ସଂଖ୍ୟକ କୁଳତା ସମାଜର ପୁରୁଷ ଓ ମହିଳା ଏବଂ କାର୍ଯ୍ୟକାର୍ତ୍ତା ଯୋଗଦାନ କରି ମାଁ ଙ୍କ ଆଶୀର୍ବାଦ କାମନା କରିଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନ ପ୍ରାସାଦ ବଣ୍ଟନ କରା ଯାଇଥିଲା । ସମରବଗା ଆଞ୍ଚଳିକ କୁଳତା ସମାଜ ଗୁଡ଼ିର ସଭାପତି ବସନ୍ତ କୁମାର ବିଶ୍ବାଳ, ସମ୍ପାଦକ ଈଶ୍ଵର ଚନ୍ଦ୍ର ବାରିକ, ଉପ ସଭାପତି ସୁରେଶ ପଧାନ, କୋଷାଧ୍ୟକ୍ଷ ହେମ ସୁନ୍ଦର ପଧାନ, ରମାକାନ୍ତ ସାହୁ, ଅର୍ଜୁନ ଭୋଇ, ଅମିନ ପଧାନ, ଘନଶ୍ୟାମ ବିଶ୍ୱାଳଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ