Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜୁ ରେ ଅଢେ଼ଇ ଓଳିର ଅଚିହ୍ନା ସ୍ବାମୀ ନାଟକ ମଞ୍ଚସ୍ଥ

ଗୋପାଳପୁର,୨୮/୧୦ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଞ୍ଜୁ ଗ୍ରାମରେ ଆୟୋଜିତ ହେଉଥିବା ମାଁ ପୁଲୁକେଶୁଣି ଯାତ୍ରା ଅବସରରେ ଗ୍ରାମର ଶ୍ରୀ ଅରବିନ୍ଦ ଯୁବକ ସଂଘ ପକ୍ଷରୁ ଅଢେ଼ଇ ଓଳିର ଅଚିହ୍ନା ସ୍ବାମୀ ନାଟକ ମଞ୍ଚସ୍ଥ ହୋଇଥିଲା।ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଯୁବକ ସଂଘ ର ସଭାପତି ଅକ୍ଷୟ କୁମାର ପାଢ଼ୀ ଅଧ୍ୟକ୍ଷତା କରିବା ସହ ଦୀର୍ଘ ୬୮ ବର୍ଷ ଧରି ଗ୍ରାମର ଯୁବକ ସଂଘ ପକ୍ଷରୁ ପ୍ରତିବର୍ଷ ଦଶହରା ଅବସରରେ ମାଁ ପୁଲୁକେଶୁଣି ଯାତ୍ରା ଆୟୋଜନ ସହ ଗ୍ରାମର କଳାକାର ଙ୍କ ଦ୍ବାରା ନାଟକ ପରିବେଷଣ କରାଯାଉଥିବା ପ୍ରକାଶ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଟ ଆଇନଜୀବୀ ପ୍ରଭାକର ସାବତ, ରଙ୍ଗେଇଲୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜିବ ଲୋଚନ ମିଶ୍ର ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଟକ ର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସଂଘର ଦିଲ୍ଲିପ କୁମାର ସାହୁ,ମୁନା ପଟ୍ଟନାୟକ, ନବୀନ ଆଚାରୀ, ନରସିଂହ ରାଓଙ୍କ ସମେତ ପଣ୍ଡିତ ନୀଳାଞ୍ଚଳ ପାଢ଼ୀ ପଣ୍ଡିତ ପିତାମ୍ବର ପାଢ଼ୀ, ସଙ୍ଘ ସଦସ୍ୟ ବିଜୟ ମହାରଣା କୈଳାଶ ପାଢ଼ୀ, ରାମଚନ୍ଦ୍ର ପାଳ, ଜିତୁ ମହାରଣା, ଗଞ୍ଜୁ ଆଶ୍ରମ ମହାରାଜ ପିଙ୍କୁ, ବରିଷ୍ଠ କଳାକାର ଭାଗିରଥି ପାଣିଗ୍ରାହୀ ସନ୍ତୋଷ ପାଢ଼ୀ, ନିଗମ ଦାସ,ଜିତୁ ରଣା, ବ୍ରଜରାଜ ରଣା, ପ୍ରଶାନ୍ତ ମାହାଙ୍କୁଡ, ଶଙ୍କର ମହାରଣା ସୁମନ,ସିଲୁ ପାଢ଼ୀ, କାଁହୁ ମହାରଣା ପ୍ରମୁଖ ମଞ୍ଚାସିନ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଏବଂ ଯାତ୍ରା କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories