Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱରେ ବିରଳ

ବୀରମହାରାଜପୁର : ଓଡ଼ିଶାର ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ଵରେ ବିରଳ ଏବଂ ଏହା ସମଗ୍ର ବିଶ୍ବକୁ ଦିଗ୍ ଦର୍ଶନ ଦେଉଛି । ଏଣୁ ଏକ ସୁସ୍ଥ , ସବଳ ଓ ସୁନ୍ଦର ସମାଜ ପ୍ରତିଟି ଓଡ଼ିଆଙ୍କ ସ୍ବପ୍ନ ହେଉ ବୋଲି ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ମାଟିଲଗ୍ନା ସାହିତ୍ଯ ସଂସଦ , ଓଡିଶା ଆନୁକୁଲ୍ଯରେ ନୂଆଦିଲ୍ଲୀ ହଜଖସ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ମାଟିଲଗ୍ନାର ରାଷ୍ଟ୍ରୀୟ ଶାରଦୀୟ ଓଡ଼ିଆ ସାହିତ୍ଯ ସମାରୋହରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ଆନୁକୁଲ୍ୟରେ ନୂଆଦିଲ୍ଲୀ ଜଗନ୍ନାଥ ମନ୍ଦିର ପରିସରରେ ଏକ ସର୍ବଭାରତୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ଇଂ ବି.ଗଣେଶ , ମୁଖ୍ଯବକ୍ତା ଭାବରେ ଆମ୍ବେଦକର ବିଶ୍ୱବିଦ୍ୟାଳୟ ଦିଲ୍ଲୀର ସଂସ୍କୃତି ଓ ଗବେଷଣା ବିଭାଗର ପ୍ରଫେସର ଶୈଳେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବରେ ପ୍ରଫେସର ସରୋଜ ରଥ ଏବଂ ସମ୍ମାନିତ ଅତିଥି ଭାବରେ ବିପୀନ ଦଳାଇ , ସମାଜସେବୀ ଅର୍ଚ୍ଚନା ପରିଡା ମଞ୍ଚାସୀନ ଥିଲେ ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ସରୋଜ ରଣବିଡା ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଆନ୍ତର୍ଜାତୀୟ ସଂଯୋଜକ ସମୀର କୁମାର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପଦେଷ୍ଟା ଡ. କିଶୋର ଚନ୍ଦ୍ର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ସଂପାଦକ ଜୟନ୍ତ ମହାଲିକ ଧନ୍ଯବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ମାଟିଲଗ୍ନାର ୧୭ଜଣ ପ୍ରତିନିଧି ଯୋଗଦାନ କରିଥିବା ବେଳେ ଦିଲ୍ଲୀରୁ ୪୫ ଜଣ ଓଡ଼ିଆ ସହ ଅନ୍ଯ ରାଜ୍ଯରୁ ମଧ୍ଯ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ