Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଞ୍ଜିପାଲି ମାଁ ସମଲେଶ୍ବରୀଙ୍କ ପାର୍ବଣ ପୂଜା ଉଦଯାପିତ

ଝାରସୁଗୁଡା ୨୯/୧୦ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ମାଁ ସମଲେଇଙ୍କ ପୀଠରେ ପାରିପାରିମ୍ପିକ ରୀତିନୀତି ଅନୁସାରେ ତିନିଦିନ ଧରି ଚାଲିଥିବା ମାଁ ଙ୍କ ପାର୍ବଣ ପୂଜା ଶନିବାର ଉଦଯାପିତ ହୋଇ ଯାଇଛି । ଆଶ୍ଵିନ ଶୁକ୍ଳପକ୍ଷ ଦ୍ଵାଦଶୀ ଗୁରୁବାର ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ ଯାଇ ଗାଁ ତିର୍କୀମୁଣ୍ଡା ପୋଖରୀରୁ ଜଳପୁର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରା ଯାଇଥିଲା । ଶୁକ୍ରବାର ସକାଳେ ପାର୍ଶ୍ୱ ପୂଜା,ଚଣ୍ଡୀପାଠ,ହୋମ ଆଦି କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ଆଜି ମାଁଙ୍କୁ ପୂଜାର୍ଚ୍ଚନା,ହୋମ,ଘୃତଆହୁତି, ପୂର୍ଣ୍ଣାହୁତି ସହ ପୂଜା ଉଦଯାପିତ ହୋଇଥିଲା । ଉକ୍ତ ପୂଜା ଉତ୍ସବରେ ନିର୍ମଳ ପାଉଳେ ଓ ପତ୍ନୀ ନିରୂପମା ପାଉଳେ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ମନ୍ଦିର ପୂଜକ ଭାବତିଆ ସିଦାର, ପଣ୍ଡିତ ନରେଶ ଦାଶ, ମହେଶ ଦାଶ ଓ ରାଜକୁମାର ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।
ମାଁ ଙ୍କ ପୁଜାର ପ୍ରଥମ ଦିବସରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୂଖ୍ୟ ଅତିଥି ଏବଂ ଲଖନପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ନରେନ୍ଦ୍ର ତିହିରିଆ, ବ୍ଲକ ବିଜେଡି ସଭାପତି ରବିରତ୍ନ ପଧାନ, ସମରବଗା ସମିତି ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାହୁ, ମଚିଦା ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ଗଡତିଆ, କଦମଡିହି ସମିତି ସଭ୍ୟ ପବିତ୍ର ବିଶ୍ବାଳ,ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ, ଲଡୁବାବା ଗୀତିନାଟ୍ୟର ସୁନାମଧନ୍ୟ ମଞ୍ଚ କଳାକାର ପପୁନ ବିଶ୍ଵାଳ, ବଳରାମ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମଲେଶ୍ବରୀ ମାଁ ଙ୍କ ଫଟୋଚିତ୍ର ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ ମଞ୍ଚ ପରିଚାଳନା କରିଥିଲେ ।
ପ୍ରଥମ ଓ ଦ୍ଵିତୀୟ ରଜନୀରେ ନୟାଗଡ଼ ଲଡୁବାବା ଯାତ୍ରା ପରିବେଷଣ କରା ଯାଇଥିଲା । ଲଡୁବାବା ଯାତ୍ରାପାର୍ଟିର ସୁନାମ ଧନ୍ୟ ମଞ୍ଚ କଳାକାର ପପୁନ ବିଶ୍ୱାଳଙ୍କ ସୁଲଳିତ କଣ୍ଠରେ ପରିବେଷିତ “ଝୁଲରେ ନିତାଇ ଝୁଲ” ଗୀତ ଉପସ୍ଥିତ ଦର୍ଶକ ମାନଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା । ସେହିପରି ଅନ୍ତିମ ଦିବସରେ ସଞ୍ଚାର ଏବଂ ବରଗଡ଼ ଜିଲ୍ଲା ବରପାଲି ର ମହିଳା ଦଣ୍ଡନୃତ୍ୟ କରା ଯାଇଥିଲା । ପୂଜାର ଶେଷ ଦିବସରେ ମାଁ ଙ୍କ କୃପାଲାଭ ପାଇଁ ଆଖପାଖ ଗାଁ ମାନଙ୍କରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରା ଯାଇଥିଲା ।
ଏଥିରେ ବାଞ୍ଜିପାଲି ଆଞ୍ଚଳିକ ମାଁ ସମଲେଇ ମନ୍ଦିର କମିଟିର ସଭାପତି ରମେଶ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ରୋହିତ ଧୁରୁଆ, ଶିଶୁପାଳ ଧୁରୁଆ, ଅଶୋକ ମଲ୍ଲିକ, ନରେନ୍ଦ୍ର ଧୁରୁଆ, ଅରୁଣ ପଧାନ, ସୁରେଶ ପଧାନ, ଦେବରାଜ ମରେଇ, ବଳରାମ ମଲ୍ଲିକ, ରାଜକୁମାର ଧୁରୁଆ, ଲଳିତ ଧୁରୁଆ,ଫକୀର ସାହୁ,ଡୋଳାମଣି ପଧାନ,ଗୋକୁଳ ଭୋଇ, କାହ୍ନୁ ଚରଣ ରାଉତ ପ୍ରମୁଖଙ୍କ ସମେତ ବାଞ୍ଜିପାଲି, ସୁକୁଲପାଲି ,ବିଜାପାଲି, ମଚିଦା,ବରଝା, ଦେଓପାଲି, ନୂଆଡ଼ିହି, କନ୍ଦଡ଼ିହି, ଯୋଗୀଢିପା, ଟେଙ୍ଗେନାମାଲ , ଜାମଗାଁ, ରେଙ୍କୁଲି, ମହାସିଂ, ବାଉସେନପାଲି , ସୁଖାଡ଼ିହି, ପଞ୍ଚଗାଁ ଆଦି ଗାଁର ଗ୍ରାମବାସୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ