ସେମେଲିଆ ଗ୍ରାମର ଅଭିଷେକଙ୍କ ନିଖୋଜ ଘଟଣା


ଝାରସୁଗୁଡା ୨୯/୧୦ (.ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ଗ୍ରାମ ପଞ୍ଚାୟତ ସେମେଲିଆ ଗ୍ରାମର ଭୀମ ପଧାନଙ୍କ ୧୪ ବର୍ଷର ପୁଅ ଅଭିଷେକ ଗତ ସେପ୍ଟେମ୍ବର ୨୯ ତାରିଖ ଅପରାହ୍ନ ୩ ସମୟରୁ କେଉଁ ଆଡ଼େ ଚାଲି ଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଆଧାରରେ ପୁଲିସ ପ୍ରଶାସନ ପକ୍ଷରୁ ପଡ଼ୋଶୀ ଛତିଶଗଡ଼ ରାୟଗଡ଼, ବରଗଡ଼, ସୁନ୍ଦରଗଡ,ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଅନୁସନ୍ଧାନ କରିବା ସହ ସ୍ଥାନୀୟ ପୁଲିସ ପ୍ରଶାସନର ମଧ୍ୟ ସହାୟତା ଲୋଡ଼ିଥିଲେ । କିନ୍ତୁ ଏହାର ପ୍ରାୟ ଏକ ମାସ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ନିଖୋଜ ଅଭିଷେକଙ୍କ କୌଣସି ଖୋଜ ଖବର ମିଲିପାରୁ ନାହିଁ । ତେଣୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରା ଯାଇଛି । ଯଦି କୌଣସି ସଦ ହୃଦୟ ବ୍ୟକ୍ତି ଅଭିଷେକଙ୍କ ସମ୍ପର୍କରେ ସୂଚନା ପାଆନ୍ତି । ତାହେଲେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ମୋବାଇଲ ନଂ – 9439808728 (୯୪୩୯୮୦୮୭୨୮) ନମ୍ବରରେ ଯୋଗାଯୋଗ କରନ୍ତୁ କିମ୍ବା ନିକଟସ୍ଥ ଥାନାରେ ଜଣାଇବାକୁ କୁହାଯାଇଛି । ଏଥିପାଇଁ ଝାରସୁଗୁଡା ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନକାରୀଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା ନିମନ୍ତେ ଘୋଷଣା କରା ଯାଇଥିବା ରେଙ୍ଗାଲି ଥାନାଧିକାରୀ କମଳ ଲୋଚନ ବେହେରା ପ୍ରକାଶ କରିଛନ୍ତି ।