Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଫୁଟବଲ ପୁରୁଷ ଦଳ କଲିକତା ଗସ୍ତ ।

ଗୋପାଳପୁର ୩୦/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ଫୁଟବଲ ପୁରୁଷ ଦଳ ଆଜି କଲିକତା ଗସ୍ତ କରିଛନ୍ତି l କଲିକତା ସ୍ଥିତ ୟୁନିଭେରର୍ସିଟି ଅଫ କାଲକାତା ଠାରେ ଆସନ୍ତା ୧ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ଫୁଟବଲ ପୁରୁଷ ଦଳ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗସ୍ତ କରିଛନ୍ତି l ଗସ୍ତରେ ସାରଙ୍ଗଗଡର କନ୍ଧମାଳ ମହାବିଦ୍ୟାଳୟର ଧର୍ମେନ୍ଦ୍ର ପ୍ରଧାନ,କରପୁଟ ସରକାରୀ ମହାବିଦ୍ୟାଳୟର ପିଣ୍ଟୁ ବେଣିଆ,ଜଗନ୍ନାଥ ସିସା,ସିମିଳିଗୁଡା କଲେଜ ରୁ ସପନ ଜlନି, କୋଟପାଡ଼ କଲେଜରୁ ରବୀନ୍ଦ୍ର ମାଝି, ବାଲିଗୁଡା ଆଦିବାସୀ କଲେଜରୁ ଭାଗିରଥି ବାଘ, କୁଣ୍ଡରା ବି.ପି ଡିଗ୍ରୀ କଲେଜ ରୁ ଜଗନ୍ନାଥ ଗଡବା,ସୁନାବେଡ଼ା ଏ ରୋନୋଟିକ କଲେଜ୍ ରୁ ସୁନିଲ ଖିଲl,ଲକ୍ଷ୍ମୀ ଧର ବଡନlୟକ,ମଧୁ ସୁଦାନ ବାଟଗରିଆ,ତ୍ରିଲୋଚନ ମାଝି, ଜୟପୁର ବିକ୍ରମଦେବ କଲେଜରୁ ପ୍ରଭାତ କୁମାର କୁଲଦୀପ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସନ୍ଦୀପ ଦାସ, ଭଞ୍ଜନଗର କେ ଏସ ୟୁ ବି କଲେଜରୁ ଅମନଜିତ୍ ବେହେରା, ଫିରିଙ୍ଗିଆ ପଞ୍ଚାୟତ ଡିଗ୍ରୀ କଲେଜ ରୁ ଧନେଶ୍ଵର ବେସ୍ରା,ବେଲାରସେନ୍ କହଁର,ଚନ୍ଦ୍ର ମୋହନ ପୂର୍ତ୍ତି,ରାୟଗଡ଼ା କଲେଜରୁ ପ୍ରକାଶ ମାଛଖଣ୍ଡ ରହିଥିବା ବେଳେ ମେନେଜର ଭାବେ ଭଞ୍ଜନଗର କେ ଏସ ୟୁ ବି କଲେଜର ଅଧ୍ୟାପକ ପବିତ୍ର ଶବର,କୋଚ୍ ଭାବେ ପି .ରମେଶ ଦଳରେ ଗସ୍ତ କରିଛନ୍ତି। କ୍ରୀଡା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ,ସମ୍ପାଦକ ପ୍ରଫେସର୍ ଗଣେଶ ସେଠୀ,ରାଜେଶ୍ ମହାନ୍ତି,ରବି ମିଶ୍ର, ଡି.ଅlପ୍ପlରାଓ,ଗୌରୀ ଶଙ୍କର ପାତ୍ର, ଗୋପାଳ ପଣ୍ଡା, ସୁଧାଂଶୁ ପଣ୍ଡା, ଜେ.କlମେଶ୍ୱର ରାଓ ପ୍ରମୁଖ ଶୁଭେଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories