Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦାନୀଙ୍କଠାରେ ରହିଛି ପିଏମ ମୋଦୀଙ୍କ ଆତ୍ମା, ସରକାରରେ ସେ ନମ୍ବର ଓ୍ଵାନ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଗୌତମ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମା ଆଦାନୀଙ୍କ ପାଖରେ ରହିଛି।

ସେ କହିଛନ୍ତି, ଆମେ ଆଦାନୀ ପ୍ରସଙ୍ଗରେ ସରକାରଙ୍କୁ ଏମିତି ଘେରିଲୁ ଯେ ସରକାର ଏବେ ଗୁଇନ୍ଦାଗିରି କରିବା ଆରମ୍ଭ କରି ଦେଇଛନ୍ତି। ସରକାରରେ ଆଦାନୀ ନମ୍ବର ଓ୍ଵାନ ଓ ପିଏମ ମୋଦୀ ନମ୍ବର ଦୁଇରେ ଅଛନ୍ତି। ଅମିତ୍ ଶାହଙ୍କ ନମ୍ବର ୩ରେ ଯାଇ ଆସୁଛି। ଦେଶର କ୍ଷମତା ଆଦାନୀଙ୍କ ହାତରେ ରହିଛି। ରାହୁଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏହା ମଧ୍ୟ କହିଛନ୍ତି ଯେ, ଆପଣ ଯେତେ ବି ଗୁଇନ୍ଦାଗିରି କରନ୍ତୁ ନା କାହିଁକି ଆମେ ପଛକୁ ହଟିବାର ନାହିଁ। ଆପଣଙ୍କୁ ଯଦି ଫୋନ ଦରକାର ତେବେ ମୋ ଫୋନ ନେଇ ଯାଆନ୍ତୁ, ଯେତେ ଗୁଇନ୍ଦାଗିରି କରିବା କଥା କରନ୍ତୁ।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ରାହୁଲ ବିରୋଧୀ ନେତାଙ୍କୁ ସେମାନଙ୍କର ଫୋନ ନିର୍ମାତାଙ୍କଠୁ ମିଳିଥିବା ଚେତାବନୀର ଇମେଲ୍ କପି ଦେଖାଇଛନ୍ତି। ଏଥିରେ କୁହାଯାଇଛି ଯେ, ରାଜ୍ୟ ପ୍ରାୟୋଜିତ ଆକ୍ରମଣକାରୀ ତାଙ୍କ ଫୋନ ଟ୍ୟାପିଂ କରିବାକୁ ଉଦ୍ୟମ କରୁଛନ୍ତି। ଏବେ ଆମେ ଏହି ଶୁଆକୁ ଏମିତି ଧରିଛୁ ଯେ ଏବେ ଆଉ ଖସି ପାରିବ ନାହିଁ। ପୂରା ବିରୋଧୀ ଦଳ ନେତାଙ୍କୁ ଆପଲର ନୋଟିସ୍ ଆସିଛି। ଏହା ସବୁ ଶୁଆର କାମ। କିନ୍ତୁ ଆମେ ଲଢିବା ଲୋକ। ଆମ ଫୋନ ଯେତେ ଟ୍ୟାପିଂ କରିବା କଥା କରନ୍ତୁ ବୋଲି ରାହୁଲ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ