ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା; ହଷ୍ଟେଲ ରୁମ୍ରୁ ମିଳିଲା ମୃତଦେହ
 
        ଭୁବନେଶ୍ୱର: ବୁଧବାର ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ ଭିତରେ ଜଣେ ପ୍ଲସ ୨ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହଷ୍ଟେଲ ରୁମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତ ଛାତ୍ରୀ ଜଣକ ହେଉଛନ୍ତି ରାୟଗଡା ଜିଲ୍ଲାର ପ୍ରଜ୍ଞା ମହାନ୍ତି। ସେ ଯୁକ୍ତ ୨ ଦ୍ୱିତୀୟ ବର୍ଷର କଳା ଛାତ୍ରୀ ଥିଲେ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ପରୀକ୍ଷା ଭଲ ହୋଇନଥିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ସୂଚନା ପାଇ ସହିଦ ନଗର ପୋଲିସ ହଷ୍ଟେଲରେ ପହଞ୍ଚି ରୁମରୁ ସୁଇସାଇଡ୍ ନୋଟ ଜବତ କରିଛି। ମୃତ୍ୟୁ ପଛରେ କଣ କାରଣ ରହିଛି ଜାଣିବା ତଦନ୍ତ ଆରମ୍ଭ କରିଛି ପୋଲିସ। 

 
                        
 
                                 
                                 
                                 
                                 
                                