Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଳନ୍ଥରା ଚଟି ରେ ଆୟୋଜିତ ଗଜଲକ୍ଷ୍ମୀ ପୂଜା ରେ ସାମିଲ ହେଲେ ବିଧାୟକ ବିକ୍ରମ।

ଗୋପାଳପୁର,୦୧/୧୧ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଚଟି ଠାରେ ଆୟୋଜିତ ଗଜଲକ୍ଷ୍ମୀ ପୂଜା ରେ ଆଜି ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ ପଣ୍ଡା ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ।ଏହି ଅବସରରେ ପୂଜା କମିଟି ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଇ ପୂଜା ସ୍ଥଳ କୁ ନିଆଯାଇଥିଲା।ଏହି ଅବସରରେ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ଙ୍କ ପକ୍ଷରୁ ଗୋପାଳପୁର ନିର୍ବାଚନମଣ୍ଡଳୀ ର ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇଥିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ପାଣ୍ଠି ବରାଦ କରୁଥିବା ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପସଭାପତି ରାଜେଶ୍ବରୀ ଦୋରା, ସମାଜସେବୀ ଡି ଭରତ,ସିଏଚ ନରେଶ, ଶଶିଭୂଷଣ ମହାନ୍ତି, ମନ୍ତ୍ରୀଡି ସରପଞ୍ଚ ପ୍ରଶାନ୍ତ ଦାସ, କୋଠାରସିଂ ସରପଞ୍ଚ ଦୁର୍ଯୋଧନ ରେଡ୍ଡୀ,ସମିତି ସଭ୍ୟ ଆଶିଷ ରାଉଳ, ବିଜେଡି ଯୁବ ନେତା ଏ ସନ୍ତୋଷ ପାତ୍ର, ଶାସନପଦର ସରପଞ୍ଚ ସୁଧୀର ନାୟକ, ସମିତି ସଭ୍ୟ ସନ୍ତୋଷ ବେହେରା,ରଙ୍ଗେଇଲୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜିବ ଲୋଚନ ମିଶ୍ର , ଦିଲ୍ଲିପ କୁମାର ସାହୁ,ମୁନା ପଟ୍ଟନାୟକ,ଟୁଟୁ ମହାପାତ୍ର, ନବୀନ ଆଚାରୀ, ନରସିଂହ ରାଓ,ପୂଜା କମିଟି ର ଏମ ସୁନିଲ ରାଓ,ପ୍ରକାଶ ସାହୁ, ଲୋକନାଥ ପାତ୍ର, ସନ୍ତୋଷ ପ୍ରଧାନ, ଦିଲ୍ଲିପ କୁମାର ଗୌଡ, ବାଲାଜୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories