Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଡି ସାମ୍ନାରେ ହାଜର ହେବେ ନାହିଁ କେଜରିଓ୍ଵାଲ, ଦେଲେ ନୋଟିସର ଜବାବ; କହିଲେ- ନୋଟିସ୍ ଫେରାଇ ନେଉ ଏଜେନ୍ସି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ଡକାଇଛି। ଇଡି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ କେଜରିଓ୍ଵାଲ କହିଛନ୍ତି, ଜେରା ପାଇଁ ପଠା ଯାଇଥିବା ନୋଟିସ୍ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେ କହିଛନ୍ତି, ବିଜେପି ଇସାରାରେ ନୋଟିସ୍ ପଠାଯାଇଛି। ଏହା ଏଥିପାଇଁ କରାଯାଇଛି ଯଦ୍ଵାରା ଚାରି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯେମିତି ମୁଁ ପ୍ରଚାର କରି ପାରିବି ନାହିଁ। ତେଣୁ ଏହି ନୋଟିସ୍ ତୁରନ୍ତ ପ୍ରତ୍ୟାହାର କରାଯାଉ।

ସାଂପ୍ରତିକ ଘଟଣାକ୍ରମକୁ ଦେଖିଲେ ଆଜି କେଜରିଓ୍ଵାଲ ଇଡି ସାମ୍ନାରେ ହାଜର ହେବେ ନାହିଁ। କାରଣ ସେ ମଧ୍ୟ ପ୍ରଦେଶରେ ନିର୍ବାଚନ ପ୍ରଚାରରେ ଆଜି ଯାଉଛନ୍ତି। ମଧ୍ୟପ୍ରଦେଶର ସିଙ୍ଗରୋଲିରେ ଅରବିନ୍ଦ କେଜରିଓ୍ଵାଲ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ରୋଡ୍ ଶୋ ରହିଛି। କିଛି ସମୟ ପରେ କେଜରିଓ୍ଵାଲ ମଧ୍ୟ ପ୍ରଦେଶର ସିଙ୍ଗରୋଲି ଅଭିମୁଖେ ଯାତ୍ରା କରିବେ। ତେଣୁ ପଚରା ଉଚୁରା ପାଇଁ ସେ ଆଜି ଇଡି ଦପ୍ତରରେ ହାଜର ହେବେ ନାହିଁ।

କେଜରିଓ୍ଵାଲ ଇଡି ଦପ୍ତରରେ ଉପସ୍ଥିତ ନ ହୋଇଥିଲେ ବି ଏକ ଚିଠି ଜରିଆରେ ନୋଟିସର ଜବାବ ଦେଇଛନ୍ତି। ସେ ଲେଖିଛନ୍ତି, ଏହା ସ୍ପଷ୍ଟ ହୋଇନି ଯେ, ଆପଣ ମୋତେ କେଉଁ କାରଣରୁ ଏହି ନୋଟିସ୍ ପଠାଇଛନ୍ତି। ଜଣେ ସାକ୍ଷୀ ହିସାବରେ ନା ଜଣେ ସନ୍ଦିଗ୍ଧ ହିସାବରେ ମୋତେ ଡକାଯାଉଛି। ମୋତେ ସମନରେ ବିସ୍ତୃତ ଭାବେ କିଛି କୁହାଯାଇ ନାହିଁ। ଏହା ମଧ୍ୟ ଉଲ୍ଲେଖ କରାଯାଇ ନାହିଁ ଯେ, ମୋତେ ବ୍ୟକ୍ତିଗତ ଭାବେ ଡକାଯାଇଛି ନା ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ନା ଆମ୍ ଆଦମୀ ପାର୍ଟିର ସଂଯୋଜକ ହିସାବରେ ଡକାଯାଇଛି।

ସେ ନିଜ ଚିଠିରେ ଏହା ମଧ୍ୟ ଲେଖିଛନ୍ତି ଯେ, ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଓ ଆପର ରାଷ୍ଟ୍ରୀୟ ସଂଯୋଜକ ଅଟେ। ମୁଁ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳର ଜଣେ ଷ୍ଟାର ପ୍ରଚାରକ। ମୋତେ ଏହି ସବୁ ରାଜ୍ୟ ଯାତ୍ରା କରିବାର ଅଛି ଓ ନିଜ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ ଦେବାର ଅଛି। ମୋ ଉପରେ ଅଧିକାରିକ ପ୍ରଶାସନିକ ଓ ଦାୟିତ୍ଵ ରହିଛି। ତେଣୁ ମୋର ଏଠାରେ ଉପସ୍ଥିତ ରହିବା ଜରୁରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ