Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁନିଭରସିଟି ହାଇସ୍କୁଲ ରେ କମ୍ପ୍ୟୁଟର ପ୍ରଶିକ୍ଷଣ କର୍ମଶାଳା

ଗୋପାଳପୁର ୪/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିଭରସିଟି ହାୟର ସେକେଣ୍ଡାରୀ ସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ନେଇ କମ୍ପ୍ୟୁଟର ଆଉଟ୍ ରିଚ୍ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପିଜି ବିଭାଗର କମ୍ପ୍ୟୁଟର ସାଇନସ୍ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର୍ ସୁଶାନ୍ତ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତମାନ ସମୟରେ କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ପ୍ରଧାନ ଶିକ୍ଷକ ଶିବ ରାମ ସାହୁ ଏହି କାର୍ଯ୍ୟକ୍ରମରେ ଅଧକ୍ଷାତା କରି ଛାତ୍ର ଛାତ୍ରୀ ଙ୍କ ନୂତନ ପାଠ୍ୟକ୍ରମରେ କମ୍ପ୍ୟୁଟର ଜ୍ଞାନର ଉପଦୟତା ବିଷୟରେ ମତବ୍ୟକ୍ତ କରିଥିଲେ।ପିଜି ବିଭାଗର କମ୍ପ୍ୟୁଟର ସାଇନସ୍ ର ପ୍ରଫେସର ସତ୍ୟ ନାରାୟଣ ତ୍ରିପାଠୀ ଓ ବନମାଳୀ ଖୁଣ୍ଟିଆ କମ୍ପ୍ୟୁଟର ଜ୍ଞାନ ଆହରଣ ଉପରେ ଆଲୋକପାତ କରିଥିଲେ।ପିଜି ବିଭାଗର ଛାତ୍ର ଛାତ୍ରୀ ମାନେ କମ୍ପ୍ୟୁଟର ଜ୍ଞାନ ସମ୍ବଧୀୟ ବିଭିନ୍ନ ମତ ପ୍ରଦାନ କରି ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ନବମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏକ କମ୍ପ୍ୟୁଟର ସମ୍ବଧିୟ ପ୍ରତିଯୋଗିତା କରାଯାଇଥିଲା। ଦଶମ ଶ୍ରେଣୀ ର ଛାତ୍ର ଏଲ.କ୍ରିଷ୍ଣା ଓ ଛାତ୍ରୀ ଶ୍ନେହା ଡାକୁଆ ସର୍ବଚ ସ୍ଥାନ ଅଧିକାର କରିବା ସହ ଅନ୍ୟ ୧୦ ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍କୁଲର ଶିକ୍ଷୟତ୍ରୀ ସୁକାନ୍ତି ପଣ୍ଡା, ଶିକ୍ଷକ ଅଶୋକ କୁମାର ଭୂଇଁୟା କ୍ରଜ୍ୟକ୍ରମ ରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ କମ୍ପ୍ୟୁଟର ଶିକ୍ଷାର ମହତ୍ତ୍ଵ ଉପରେ ମତବ୍ୟକ୍ତ କରି ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories