Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ ଙ୍କ ଗୋପାଳପୁର ଏନ ଏ ସି ରେ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା।୨ ମାସ ମଧ୍ୟରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ।

ଗୋପାଳପୁର,୦୪/୧୧ ଗୋପାଳପୁର ଏନ ଏ ସି ପକ୍ଷରୁ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ତଦାରଖ ସହ ସମୀକ୍ଷା ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ପକ୍ଷରୁ ଅନୁଷ୍ଠିତ ହେବା ସହ ସମସ୍ତ କାମ କୁ ନିର୍ଧାରିତ ସମୟ ସହ ଆସନ୍ତା ୨ ମାସ ମଧ୍ୟରେ ସାରିବାକୁ ଏନ ଏ ସି କର୍ତ୍ତୁପକ୍ଷଙ୍କୁ ତାଗିଦ୍ କରିଛନ୍ତି। ଗୋପାଳପୁର ଏନ ଏ ସି ପକ୍ଷରୁ ପାନ୍ଥନିବାସ ସମ୍ମୁଖରେ ପ୍ରାୟ ଦେଢ ଏକର ପରିମିତ ସ୍ଥାନରେ ଏକ ସ୍ମାର୍ଟ ପାର୍କ ନିର୍ମାଣ କାମ ଗତ ୩ ବର୍ଷ ତଳେ ଆରମ୍ଭ ହୋଇଥିବା ବେଳେ ପାଣ୍ଠି ଅଭାବରୁ ଏହାର ନିର୍ମାଣ କାମ ସରି ପାରୁନାହିଁ।ଏହାର ନିର୍ମାଣ ନିମନ୍ତେ ଏନ ଏ ସି ପକ୍ଷରୁ ପ୍ରଥମ ଦଫାରେ ର ୭୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ସହ ନିର୍ମାଣ କାମ ଆରମ୍ଭ ହୋଇଥିଲା।ଏହା ମଧ୍ୟରେ ବିଡ଼ିଏ ପକ୍ଷରୁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ମିଳିଥିବା ବେଳେ ମୁକ୍ତା ଯୋଜନାରେ ମଧ୍ୟ ୩୫ ଲକ୍ଷ ଟଙ୍କା ପାଣ୍ଠି ବରାଦ କରାଯାଇ ନିର୍ମାଣ କାମ ଚାଲୁ ରହିଛି। କିନ୍ତୁ ପାର୍କ ର ନିର୍ମାଣ କାମ ସଂପୂର୍ଣ୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠି ଦରକାର ପଡ଼ୁଥିବା ଯୋଗୁଁ ଏହାର ନିର୍ମାଣ କାମ ଆଗେଇ ପାରୁ ନଥିଲା।ଆଜି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପାର୍କ ସ୍ଥଳ ପରିଦର୍ଶନ ସହ ସେଠାରେ ହେଉଥିବା କାମର ଅନୁଧ୍ୟାନ କରିବା ସହ ସରକାରୀ ସ୍ତରରେ ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇ ତୁରନ୍ତ ଆସନ୍ତା ୨ ମାସ ମଧ୍ୟରେ ଏହାର ଉଦଘାଟନୀ କରାଯିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଅନ୍ୟ ପଟେ ମିନି ଷ୍ଟାଡିୟମରେ ଠାରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଧିନ ଭେଣ୍ଡିଂ ଜୋନ କାମ ମଧ୍ୟ ବୁଲି ଦେଖିବା ସହ ତୁରନ୍ତ ଏହାକୁ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସି ଡି ଓ ଭି କୀର୍ତ୍ତି ଭଆସନ ଙ୍କ ସମେତ ଏନ ଏ ସି ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ସମେତ ଏନ ଏ ସି ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories