Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଦଗୁଣ୍ଡେରପୁର ରେ ଗଜଲକ୍ଷ୍ମୀ ପୂଜା:ଶହସ୍ରାଧିକ ଦର୍ଶକଙ୍କ ସମାଗମ

ଚିପିଲିମା, ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କୁଦଗୁଣ୍ଡେରପୁର ପଞ୍ଚାୟତ ରେ ନବନିର୍ମିତ ମହାନଦୀପୋଲ ଛକ ତଥା ସାପ୍ତାହିକ ବଜାର ପ୍ରାଙ୍ଗଣରେ ତିନିଦିନ ଧରି ମହାସମାରୋହ ମଧ୍ୟରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସୁନ୍ଦର କାରୁକାର୍ଯ୍ୟରେ ନିର୍ମିତ ତଥା ସୁନ୍ଦର ଆଲୋକସଜ୍ଜା ମଣ୍ଡପରେ ମାତା ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନକରି ରୀତିନୀତିରେ ପୂଜା ହୋଇଥିଲା।ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ସୁବ୍ରତ ପୁରୋହିତ ପରିଚାଳନା କରିଥିବାବେଳେ,ପଣ୍ଡିତ ମାନସ ପଣ୍ଡା ସହଯୋଗ କରିଥିଲେ।ସେହିପରି କର୍ତ୍ତା ଭାବରେ ଆନନ୍ଦ ବେହେରା ସପତ୍ନୀକ ଦାୟିତ୍ୱ ସମ୍ପାଦନ କରିଥିଲେ।କମିଟି ସଭାପତି ସନ୍ତୋଷ ବାଗ,ସମ୍ପାଦକ ବିଶ୍ଵାମିତ୍ର ପତି,କୋଷାଧ୍ୟକ୍ଷ ସବଡିଭିଜନ ଭୁଏ ଙ୍କ ତତ୍ୱବାଧାନରେ ପ୍ରତ୍ୟେହ ଭଜନ,କୀର୍ତ୍ତନ,କୃଷ୍ଣଗୁରୁ,ଦଣ୍ଡନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦର୍ଶକଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା।ଶାନ୍ତିଶୃଖଳା ରକ୍ଷାପାଇଁ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପ୍ରଧାନଙ୍କ ତତ୍ୱବାଧାନରେ ପୋଲିସ ମୁତୟନ ଥିଲେ ।ପ୍ରକାଶ ଥାଉକି ସ୍ଥାନୀୟ ବିଧାୟକ ନାଉରୀ ନାଏକ ତଥା ବିଭିନ୍ନ ରାଜନୈତିକ ନେତା ନିମନ୍ତ୍ରିତ ଅତିଥି ଭାବରେ ଯୋଗଦାନକରି ଉତ୍ସାହ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ