Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଆୟୋଜିତ ନବାହ ପରାୟଣ ଉଦଯାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୧ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ନବାହ ପାରାୟଣ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଉଦଯାପିତ ହୋଇଯାଇଛି। । କୁମାର ପୂର୍ଣ୍ଣିମା ଦିନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି କଳସ ଶୋଭା ଯାତ୍ରା ବାହାରି ପୂଜା ମଣ୍ଡପ ରେ ସ୍ଥାପନ କରାଯାଇଥିଲା । ୨୯ ତାରିଖ ଠାରୁ ଆରମ୍ଭ ହୋଇ ନଅ ଦିନ ବ୍ୟାପି ରାମାୟଣ ପଠନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ବିଭିନ୍ନ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଉପସ୍ଥିତ ରହି ରାମ ଚରିତ ମାନସ ଶ୍ରବଣ କରିଥିଲେ । ପ୍ରତିଦିନ ମାଲକ୍ଷ୍ମୀଙ୍କ ଠାରେ ଅନ୍ନଭୋଗ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ନେଇ ସାମୁହିକ ପ୍ରସାଦ ସେବନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁରାଣ ଗାୟକ ଅଜିତ କୁମାର ଦାସ ବ୍ୟାସ ଭାବେ ପାରାୟଣ ପଠନ ସମାପନ କରିଥିବା। ପୂଜକ ପ୍ରଦୀପ କୁମାର ରଥ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସନତ ସିଂ ଓ ଧର୍ମପତ୍ନୀ ସ୍ନେହଲତା ସିଂ ସୁରୁଖୁରୁରେ କର୍ତ୍ତା ଦାଇତ୍ୱ ତୁଲାଇଥିଲେ । ଉକ୍ତ ଗଜଲକ୍ଷ୍ମୀ ପୂଜା ପରିଚାଳନା କମିଟିର ସଭାପତି ଲବ କୁମାର ସାହୁ , ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର,ସହ ସମ୍ପାଦକ ବିଦ୍ୟାଧର ଖୁର୍ଡୀଆ, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ଉପଦେଷ୍ଟା ରାଜ ଗୋପାଲ ପାଣିଗ୍ରାହୀ ଓ କୁଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।